ମାରଣାସ୍ତ୍ର ଦେଖାଇ ୨୫ ଭରି ସୁନାଗହଣା ଲୁଟ, ପୋଲିସର ତଦନ୍ତ

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଓଲମା ଗାଁର ଧନଞ୍ଜୟ ସାହୁଙ୍କ ଘରେ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ପରିବାର କହିବା ଅନୁଯାୟୀ ରାତି ପ୍ରାୟ ୨ଟାରେ ପାଚେରି ଡେଇଁ ଘର ମୁଖ୍ୟ କବାଟକୁ ତାଡି ୧୦ରୁ ୧୨ଜଣ ମୁଖାପିନ୍ଧା ଡକାୟତ ମାରଣାସ୍ତ୍ର ଦେଖାଇ ଗୃହକର୍ତ୍ତା ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଆତଙ୍କିତ କରି ପିସ୍ତଲ ମୁନରେ ପ୍ରାୟ ୨୫ ଭରି ସୁନା ଗହଣା ଲୁଟ ହୋଇଛି। ଏହାସହ ଘର ଦାମୀ ଆସବାବପତ୍ର ସହ କମ୍ପ୍ୟୁଟର,୨ଟି ଦାମୀ ସ୍ମାର୍ଟ ଟିଭି, ୪ଟି ମୋବାଇଲ, ଭଙ୍ଗାରୁଜା କରି ଡକାୟତି କରିଥିବା କୁହାଯାଉଛି। ଏହି ସମୟରେ ଘରେ ଧନଞ୍ଜୟଙ୍କ ସ୍ତ୍ରୀ ନନ୍ଦିତା, ପୁଅ, ବୋହୂ ଓ ସାନ ପୁଅ ଘରେ ଥିଲେ। ୨ ମହଲା ଘରେ ତଳେ ଧନଞ୍ଜୟଙ୍କ ସ୍ତ୍ରୀ ନନ୍ଦିତା ଓ ସାନ ପୁଅ ରହୁଥିବା ବେଳେ ଉପର ମହଲାରେ ବଡ଼ପୁଅ, ବୋହୂ ରହୁଥିଲେ। ବୋହୁ ଡକାୟତ ଘରେ ପଶିଥିବା ଜାଣି ଫୋନ କରି ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ଲୋକଙ୍କ ପାଟିତୁଣ୍ଡ ଶୁଣି ସମସ୍ତ ଡକାୟତ ବାଡ଼ ଡେଇଁ ଫେରାର ହେଉଥିବା ବେଳେ ଜଣେ ଡକାୟତ ବାଡ଼ରୁ ଡେଉଁଥିବା ବେଳେ ତଳେ ପଡିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯିବାରୁ ଆଉ ଯାଇ ନ ପାରି ଗୁରୁଣ୍ଡି ଗୁରୁଣ୍ଡି ନିକଟସ୍ଥ ଏକ ଚାଷଜମିରେ ପଡି ରହିଥିଲେ। ସୋମବାର ସକାଳୁ ଗ୍ରାମବାସୀ ସମ୍ପୃକ୍ତ ଡକାୟତଙ୍କୁ ଅଟକ ରଖି ପରେ ପୋଲିସକୁ ଜିମା ଦେଇଥିଲ। ଆଉ ଜଣେ ଡକାୟତ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ କାଉଡୋଳା ଗାଁ ନିକଟରେ ସ୍ଥାନୀୟ ଲୋକେ ଧରି ପୋଲିସରେ ଜିମା ଦେଇଛନ୍ତି। ଏହି ଯୁବକ ମଧ୍ୟ ଡକାୟତି ଦଳରେ ସମ୍ପୃକ୍ତ ରହିଥିବା କୁହାଯାଉଛି। ଧର୍ମଗଡ଼ ଏସଡିପିଓ ଧୀରଜ କୁମାର ଚୋପଦାରଙ୍କ ନେତୃତ୍ୱରେ କୋକସରା, ଆମପାଣି ଓ କଲମପୁର ପୋଲିସ ମିଳିତ ଭାବେ ଡକାୟତ ଦଳର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛନ୍ତି। ଏ ନେଇ ଥାନାରେ ଏକ ମାମଲା (ନଂ.୨୧୬/୨୩) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri