କେସିଙ୍ଗା ପୋଲିସ ଦ୍ୱାରା ଡକାୟତ ଦଳ କାବୁ

କେସିଙ୍ଗା,୬ା୪(ଡି.ଏନ.ଏ.): ମଙ୍ଗଳବାର ରାତିରେ ସ୍ଥାନୀୟ ପୋଲିସ କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ପୋଡଖମ୍ବ ଗ୍ରାମ ନିକଟରୁ ଏକ ଡକାୟତ ଦଳକୁ କାବୁ କରିଛନ୍ତି। ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୧୭ଲକ୍ଷ ୫୦ ହଜାର ଟଙ୍କା, କାର ଓ ମୋବାଇଲ ଜବତ ହୋଇଛି। ଏହି ଡକାୟତ ଦଳ ଫୁଲବାଣୀରେ ଡକାୟତି କରି କେସିଙ୍ଗା ଦେଇ ଟ୍ରେନ ଯୋଗେ ଫେରାର ହେବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ।
ପ୍ରକାଶ ଯେ, ଫୁଲବାଣୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅଜୟ ପାତ୍ରଙ୍କ ମୁନ୍‌ସୀ ନିକଟରେ ୧୭ ଲକ୍ଷ ୫୦ ହଜାର ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ଯିବା ସମୟରେ ଦୁଇ ଜଣ ଡକାୟତ ଏକ କଳା ପଲ୍‌ସରରେ ଆସି ଟଙ୍କା ବ୍ୟାଗ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ବ୍ୟବସାୟୀ ପାତ୍ର ଫୁଲବାଣୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ବାଲିଗୁଡା ଏସ୍‌ଡିପିଓ ଓ କେସିଙ୍ଗା ଏସ୍‌ଡିପିଓଙ୍କ ଉଦ୍ୟମରେ ୪ଟି ଟିମ୍‌ ଗଠନ କରାଯାଇଥିଲା। କେସିଙ୍ଗା ପୋଲିସ କୌଣସି ସୂତ୍ରରୁ ଖବରପାଇ କାରରେ ଯାଉଥିବା ଏହି ଡକାୟତ ଦଳକୁ କାବୁ କରିଥିଲେ ା ୬ ଜଣିଆ ଏହି ଦଳରେ ମହିଳା ମଧ୍ୟ ରହିଛନ୍ତି। ସେମାନଙ୍କ ଘର ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳରେ। ଗିରଫ ଡକାୟତଙ୍କ ମଧ୍ୟରେ ଏମ୍‌.ସରସ୍ବତୀ, ଏମ୍‌.ପାଣ୍ଡୁ, ଏମ୍‌.ଲିଲି,ଏମ୍‌.ଶ୍ରୀକାନ୍ତ ରହିଛନ୍ତି। ୬ ଡକାୟତଙ୍କୁ ବୁଧବାର ଫୁଲବାଣୀକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri