ମୃତଦେହ ଆସିବାକୁ ଅପେକ୍ଷା କରିଥିବାବେଳେ ଘରୁ ଡକାୟତି

ବଇଣ୍ଡା, ୨୭ା୧୧ (ପରିକ୍ଷିତ ସାହୁ): ଦୁର୍ଘଟଣାରେ ଜଣେ ସଦସ୍ୟ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଖବରପାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ବନ୍ଧୁବାନ୍ଧବ ମଧ୍ୟ ପହଞ୍ଚି ଯାଇଥିଲେ। ସମସ୍ତେ ଶୋକରେ ଡୁବି ମୃତଦେହକୁ ଅପେକ୍ଷା କରିଥିବା ବେଳେ ରାତିରେ ଖଣ୍ଡା, ବନ୍ଧୁକ ଧରି ହଠାତ୍‌ ପହଞ୍ଚିଥିଲେ ୧୦ ଜଣ ଦୁର୍ବୃତ୍ତ। ସମସ୍ତଙ୍କୁ ଭୟଭୀତ କରିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କା ଓ ୩୫୦ ଗ୍ରାମର ସୁନାଗହଣା ନେଇ ଫେରାର ହୋଇଯାଇଥିଲେ। ଏପରି କି ମୃତକଙ୍କ ସ୍ତ୍ରୀ ଓ ବନ୍ଧୁବାନ୍ଧବ ପିନ୍ଧିଥିବା ଗହଣାକୁ ମଧ୍ୟ ଦୁର୍ବୃତ୍ତମାନେ ଝିଙ୍କି ନେଇଥିଲେ। ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗ୍ରାମରେ ସୋମବାର ରାତିରେ ହୋଇଥିବା ଏପରି ଏକ ଡକାୟତି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗ୍ରାମର ଟ୍ରାକ୍ଟର ଚାଳକ ବିଜୟ କୁମାର ସାହୁଙ୍କ ସୋମବାର ଗାଡ଼ିରୁ ଖସିପଡ଼ି ମୃତ୍ୟୁ ହୋଇଥିଲା। ସା ହୋଇଯିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ହାଟରୁ ଘରକୁ ଫେରୁଥିବା ବିଜୟଙ୍କ ଏପରି ମୃତ୍ୟୁ ପରିବାରକୁ ସ୍ତବ୍ଧ କରିଦେଇଥିବା ବେଳେ ସମସ୍ତେ ମୃତଦେହକୁ ଅପେକ୍ଷା କରିଥିଲେ। ବନ୍ଧୁବାନ୍ଧବମାନେ ମଧ୍ୟ ବିଜୟଙ୍କ ଘରେ ପହଞ୍ଚି ଯାଇଥିଲେ। ହେଲେ ରାତିରେ ବୋଲେରୋରେ ଗଁାକୁ ଆସିଥିବା ୧୦ ଜଣ ଡକାୟତ ବିଜୟଙ୍କ ଘରେ ପଶିଯାଇଥିଲେ। ସେମାନେ ବିଜୟଙ୍କ ଭାଇ ଅଜୟ କୁମାର ସାହୁଙ୍କ ବେକରେ ଖଣ୍ଡା ଲଗାଇବା ସହ ମୁଣ୍ଡରେ ମାଉଜର ଲଗାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ। ଏଥିସହ ଘରେ ଥିବା ଆଲମାରି, କାଠବାକ୍ସ ଭାଙ୍ଗି ୧ ଲକ୍ଷ ୩୫ ହଜାର ଟଙ୍କା, ୫ ଭରି ସୁନା, ରୁପା ଗହଣା ନେଇଯାଇଥିଲେ। ମୃତ ବିଜୟଙ୍କ ସ୍ତ୍ରୀ ଚାରୁଲତା ସାହୁଙ୍କ ବେକରୁ ସୁନା ଚେନ୍‌ ଓ କାନରେ ପିନ୍ଧିଥିବା ଅଳଙ୍କାର, ବନ୍ଧୁବାନ୍ଧବ ଆଲିସା ବେହେରା, ପ୍ରେମଲତା ସାହୁ, ସୁଷମା ସାହୁ, ବିଳାସ ସାହୁ, ମିନତୀ ସାହୁଙ୍କ ସମେତ ୧୫ ଜଣ ମହିଳାଙ୍କ ବେକ ଓ କାନରୁ ମୋଟ ୩୫୦ ଗ୍ରାମ୍‌ର ଅଳଙ୍କାର ଲୁଟି ନେଇଥିଲେ। ସେମାନଙ୍କଠାରୁ ୧୧ଟି ମୋବାଇଲ ଛଡ଼ାଇ ନେବା ସହ ସମସ୍ତଙ୍କୁ ୨ଟି ଘରେ ପୂରାଇ ବାହାରୁ କବାଟଦେଇ ଫେରାର ହୋଇଯାଇଥିଲେ। ଘଟଣା ଜଣାପଡ଼ିବା ପରେ ଲକ୍ଷ୍ମୀପ୍ରିୟାପୁର ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ଖବରପାଇ ମଙ୍ଗଳବାର ସକାଳେ ହଣ୍ଡପା ଥାନା ଆଇଆଇସି ନମିତା ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଆଇଆଇସି ପ୍ରକାଶ କରିଛନ୍ତି। ସନ୍ଧ୍ୟାରେ ମୃତକଙ୍କ ଭାଇ ଅଜୟ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୪୦୧/୨୪ରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri