ଏଟିଏମ୍‌ କାଟି ଲୁଟିନେଲେ

ନିରାକାରପୁର,୬।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍‌ କାଟି ସମସ୍ତ ଟଙ୍କା ଲୁଟି ନେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଏକ ଧଳା କାରରେ କେତେକ ଦୁର୍ବୃତ୍ତ ଆସି ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର ନିକଟରେ ପହଞ୍ଚି ଥିଲେ। ପରେ ଦୁର୍ବୁତ୍ତମାନେ ଗ୍ୟାସ କଟର ସାହାର୍ଯ୍ୟରେ ଏଟିଏମ୍‌ କାଉଣ୍ଟର କାଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଲୁଟ୍‌ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଖବର ପାଇ ପୋଲିସ ଏଟିଏମ୍‌ କାଉଣ୍ଟରରେ ପହଞ୍ଚି ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ।