ବୋଲେରୋରେ ଲିଫ୍ଟ ଦେବାକୁ କହି ଡକାୟତି, ୨ ଯୁବକ ଗିରଫ

କଟକ,୯ା୩(କାର୍ତ୍ତିକ ସାହୁ): ବାରିପଦାରେ ପହଞ୍ଚାଇବାକୁ କହି ରାତିରେ ବୋଲେରୋରେ ଲିଫ୍ଟ ଦେବା ବାହାନାରେ ଡକାୟତି କରିଥିବା ୨ ଯୁବକ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ଏକ ବୋଲେରୋ (ଓଡି-୦୨-ସିଜେ-୪୪୦୬), ୧ଟି ଭଙ୍ଗା ସୁନା ଚେନ୍‌, ୧ଟି ସୁନା ମୁଦି, ୪ଟି ମୋବାଇଲ ଫୋନ୍‌, ୧ଟି ଲୁହାରଡ଼ ଓ ନଗଦ ୩୮୦୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ଚୌଦ୍ୱାର ଥାନା ଅନ୍ତର୍ଗତ ଚଷାପଡ଼ା ଗଉସନଗରର ମଙ୍ଗୁ ଓରଫ ମଙ୍ଗରାଜ ସ୍ବାଇଁ(୩୦) ଓ ଜଗତପୁର ଡେଲଟା କଲୋନୀରେ ରହୁଥିବା ସାଲେପୁର ଥାନା ମାଳଶାସନର ସଞ୍ଜୁ ଓରଫ ସଞ୍ଜୟ କୁମାର ଲେଙ୍କା(୩୦)। ଏନେଇ ଚାଉଳିଆଗଞ୍ଜ ଥାନାରେ କେସ୍‌ ନଂ-୬୪/୨୦୨୪ ରୁଜୁ ହେବା ସହ ପୋଲିସ ଉଭୟଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମା ହାଉସିଂ ବୋର୍ଡ କଲୋନୀର ସୁବ୍ରତ କୁମାର ମିଶ୍ର ଗତ ଫେବୃଆରୀ ୨୩ ତାରିଖ ରାତିରେ ବାରିପଦା ଯିବା ପାଇଁ କଟକ ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ପୋଲିସ ଜବତ କରିଥିବା ବୋଲେରୋରେ ଅଭିଯୁକ୍ତ ମଙ୍ଗୁ ଆସି ତାଙ୍କୁ ବାରିପଦାରେ ଛାଡ଼ିଦେବାକୁ କହିଥିଲେ। ସେ ବୋଲେରୋରେ ବସି ବାରିପଦା ଅଭିମୁଖେ ଯିବା ବେଳେ ମଙ୍ଗୁ ଜଗତପୁର ଡେଲଟା କଲୋନୀ ନିକଟରେ ତାଙ୍କ ସାଙ୍ଗ ସଞ୍ଜୁଙ୍କୁ ସେଥିରେ ଉଠାଇଲେ। ମଙ୍ଗୁଳି ଛକର ଏକ ହୋଟେଲରେ ଅଭିଯୁକ୍ତଦ୍ୱୟ ଅଭିଯୋଗକାରୀଙ୍କୁ ମଦ ଓ ରାତ୍ରିଭୋଜନ ଖୁଆଇଲେ। ତା’ପରେ ସେମାନେ ଅଭିଯୋଗକାରୀ ସୁବ୍ରତଙ୍କୁ ଡମଡମଣିର ଏକ ନିଛାଟିଆ ସ୍ଥାନକୁ ବୋଲେରୋରେ ବସାଇ ନେଇଗଲେ। ସୁବ୍ରତଙ୍କଠାରୁ ଡକାୟତି କରିବାର ଉଦ୍ଦେଶ୍ୟ ରଖି ସେମାନେ ଏପରି କରୁଥିବା ଜାଣିବା ପରେ ସେ ଦୁହିଁଙ୍କୁ ବିରୋଧ କଲେ। ଏହାପରେ ଦୁଇ ଅଭିଯୁକ୍ତ ଲୁହାରଡ଼ ଦ୍ୱାରା ତାଙ୍କୁ ବାଡ଼େଇ ଜୀବନରୁ ମାରିଦେବାକୁ ଧମକ ଦେଲେ। ସେମାନେ ବଳପୂର୍ବକ ତାଙ୍କ ନିକଟରୁ ୧ଟି ସୁନା ଚେନ୍‌, ୧ଟି ସୁନା ମୁଦି, ୨ଟି ଫୋନ୍‌ ଓ ନଗଦ ଟଙ୍କା ଛଡ଼ାଇ ନେଲେ। ଏନେଇ ସୁବ୍ରତ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲାର ତଦନ୍ତ କରି ଡକାୟତି ହୋଇଥିବା ସାମଗ୍ରୀଗୁଡ଼ିକୁ ଜବତ କରିବା ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ମଙ୍ଗୁଙ୍କ ନାମରେ ଜଗତପୁର ଥାନାରେ ୧ଟି ମାମଲା ଓ ସଞ୍ଜୁଙ୍କ ନାମରେ ସାଲେପୁର ଥାନାରେ ୨ଟି ମାମଲା ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri