ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ ଧର୍ମଶାଳା ପୋଲିସ ଧରିବାରେ ସକ୍ଷମ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳ ୭ଟା ୩୦ମିନିଟ ସମୟରେ ରାଜପଥର ସାରୋଇ ନିକଟରେ ଭୁବନେଶ୍ୱର ମୋଚି ସାହି ଅଞ୍ଚଳର ଆର ଆଦିତ୍ୟ ରାଓ ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପୋଲିସ ପହଞ୍ଚି ଉକ୍ତ ଲୁଟେରାକୁ କାବୁ କରିନେଇଛି। ତେବେ ପୋଲିସ ଉକ୍ତ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

 

Dharitri – Odisha’s No.1 Odia Daily

 

Share