ଷ୍ଟେଟ ବ୍ୟାଙ୍କରେ ଡକାୟତି: ଲକର ଖୋଲି ନ ପାରି ଲୁଟିନେଲେ ୫ କଏନ ବସ୍ତା

ବସ୍ତା, ୧୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ମୁକୁଳିସିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଶନିବାର ରାତିରେ ଡକାୟତି ହୋଇଥିବା ଜଣାପଡିଛି। ରବିବାର ଛୁଟି ଥିବାରୁ ଏହା ଜଣାପଡି ନ ଥିଲା। ସୋମବାର ବ୍ୟାଙ୍କ କର୍ତ୍ତୃପକ୍ଷ ଆସିବା ପରେ ଘଟଣା ବିଷୟରେ ଜଣାପଡିଥିଲା। ଦୁର୍ବୃତ୍ତମାନେ ଲକର ଖୋଲି ନ ପାରି ପାଖରେ ଥିବା ୫ଟି କଏନ ବସ୍ତା ନେଇଯାଇଥିବା ଜଣାପଡିଛି। ଏହି ବସ୍ତାରେ ୫ଟଙ୍କିଆ ଏବଂ ୧୦ଟଙ୍କିଆ କଏନ ଥିଲା। ଏହାର ମୂଲ୍ୟ ପାଖାପାଖି ୧ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି।
ଶନିବାର ବ୍ୟାଙ୍କରୁ କାମ ସାରି କର୍ମଚାରୀମାନେ ଚାଲିଯିବା ପରେ ଦୁର୍ବୃତ୍ତମାନେ ପଛ ଗେଟ ଭାଙ୍ଗି ପଶିଥିଲେ। ସେମାନେ ପ୍ରଥମେ ସିସିଟିଭି ତାରକୁ କାଟି ଦେଇଥିବା ଫୁଟେଜରୁ ଜଣାପଡିଛି। ସୋମବାର ବ୍ୟାଙ୍କ ଖୋଲିବା କ୍ଷଣି ଏହା ଜଣାପଡିବା ପରେ ତୁରନ୍ତ ବସ୍ତା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ତଦନ୍ତ ପରେ ଚୋରି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ପାରଦ ୪୦ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୯ା୬(ଡି.ଏନ.ଏ.): ଜି.ଉଦୟଗିରିରେ ପାରଦ ଏବେ ୪୦ ଡିଗ୍ରୀ ପାର କରିଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଦିନକୁ...

‘କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କର’

ବାଲେଶ୍ୱର ଅଫିସ, ୧।୧୦-ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ବାଲେଶ୍ୱର ଗସ୍ତରେ ଆସି ବାଲେଶ୍ୱର ଓ...

ସଂଗୀତ ମାଧ୍ୟମରେ କରୋନା ସଚେତନତା

ଗଞ୍ଜାମ, ୧୨।୫(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ଲକ୍‌ଡାଉନ ଅବଧି ମଧ୍ୟ ବଢ଼ାଇ...

ଜୁନିୟର ମଡେଲ ପ୍ରତ୍ୟାଶା: ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ଅଫିସ- ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ,...

ପାଗଳା ବିଲୁଆ ଆକ୍ରମଣରେ ୬ ଆହତ, ଜଣେ ଗୁରୁତର

ରାଜନଗର,୨୯ା୧୧(ଡି.ଏନ.ଏ.): ପାଗଳା ବିଲୁଆ ଆକ୍ରମଣରେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣଙ୍କର ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ...

ଆଖି ବୁଜିଲା ‘ହିରୋ’

ଢେଙ୍କାନାଳ ଅଫିସ,୧୪।୫ କରୋନା ମହାମାରୀ ସମୟରେ ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରୁ ଆସିଛି ଦୁଃଖଦ ଖବର। ଏଠାକାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ରହୁଥିବା...

ଭାଜପା ନେତାଙ୍କ ଝୁଲନ୍ତା ମୃତଦେହ ଜବତ

ଜଟଣୀ,୩୦।୩(ଡି.ଏନ୍‌.ଏ.): ଜଟଣୀ ପୌରାଞ୍ଚଳ ୧୪ ନମ୍ବର ୱାର୍ଡରେ ରହୁଥିବା ଜଣେ ଭାଜପା ନେତାଙ୍କ ଝୁଲନ୍ତା ମୃତଦେହକୁ ମଙ୍ଗଳବାର ତାଙ୍କୁ ଘରୁ ଜଟଣୀ ଥାନା ପୋଲିସ ଜବତ...

ହେଉନି ଦାବି ପୂରଣ: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେଲେ କର୍ମୀ

ସୋରଡା,୨୦।୧୧(ଡି.ଏନ୍‌.ଏ.): ସୋମବାରଠାରୁ ବନ୍ଦ ରହିବ ସୋରଡ଼ା ବ୍ଲକର ୨୬ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ୨୫୮ ଅଙ୍ଗନଓ୍ବାଡି କେନ୍ଦ୍ର । ପ୍ରଭାବିତ ହେବେ ୭ ହଜାରରୁ...

Advertisement
Archives

Model This Week