ଆମେରିକାରେ ଗ୍ୟାସ ଷ୍ଟେଶନରେ ଡକାୟତି, ମୂଳ ଭାରତୀୟଙ୍କୁ ଗୁଳି କରି ହତ୍ୟା…

ଓ୍ବାଶିଂଟନ,୨୨।୧ : ଆମେରିକାର ଫିଲାଡେଲଫିଆର ଏକ ଗ୍ୟାସ ଷ୍ଟେଶନରେ ଡକାୟତି ଘଟଣାରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ବୟସ ୬୬ ବର୍ଷ। ସେ ଗ୍ୟାସ ଷ୍ଟେଶନରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ହତ୍ୟା ଘଟଣାରେ ପୋଲିସ ତିନି ଜଣଙ୍କୁ ଖୋଜୁଛି।

ଏହି ଘଟଣାରେ ଫିଲାଡେଲଫିଆ ପୋଲିସ ମଧ୍ୟ ଏକ ସିସିଟିଭି ଭିଡିଓ ଜାରି କରିଛି ଯେଉଁଥିରେ ହତ୍ୟାକାଣ୍ଡରେ ତିନି ଅଭିଯୁକ୍ତଙ୍କୁ ଦେଖିବାକୁ ମିଳୁଛି। ଅଧିକାରୀ କହିଛନ୍ତି ଯେ ଟୋରେସଡେଲ ଆଭେନ୍ୟୁର ୭୧୦୦ ବ୍ଲକରେ ଏହି ଘଟଣା ଘଟିଛି। ପୋଲିସ କହିଛି ମାସ୍କ ପିନ୍ଧି ସେମାନେ ଗ୍ୟାସ ଷ୍ଟେଶନର ମିନି ମାର୍ଟରେ ପ୍ରବେଶ କରି ଡକାୟତି କରିଥିଲେ।
ସୂଚନାଯୋଗ୍ୟ,ବହୁ ସଂଖ୍ୟକ ଭାରତୀୟ ଏବଂ ଅନ୍ୟ ଦକ୍ଷିଣ ଏସୀୟମାନେ ଆମେରିକାର ପେଟ୍ରୋଲ ଷ୍ଟେଶନରେ କାମ କରନ୍ତି। ସେପ୍ଟେମ୍ବରରେ, ମିସିସିପିର ଟୁପେଲୋରେ ଥିବା ଏକ ପେଟ୍ରୋଲ ପମ୍ପରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

Share