ଘରେ ପଶି ଡ଼କାୟତି ପରେ ଖଣ୍ଡାରେ ହାଣି ହୋଇଯାଇଥିଲେ ଫେରାର, ୨ ବର୍ଷ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା…

ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଡକାୟତି ଓ ହତ୍ୟାଉଦ୍ୟମ ମାମଲାରେ ୨ ବର୍ଷ ଧରି ଫେରାର ଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତ କୁମରଡ଼ା ଗ୍ରାମର ପେସାଦାର ଅପରାଧୀ ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ କାଳୁଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜୟନାଥ ପ୍ରଧାନ ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୩୬/୨୩ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୩ ଅକ୍ଟୋବର ୨୪ ତାରିଖ ରାତିରେ ଅଭିଯୁକ୍ତ ଲକ୍ଷ୍ମୀଦତ୍ତ ଏବଂ ତାଙ୍କ ସହଯୋଗୀମାନେ ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗାଁର ପିତାମ୍ବର ନାୟକଙ୍କ ଘରେ ପଶି ତାଙ୍କ ମା’ବାପାଙ୍କୁ ବାନ୍ଧି ସୁନାଗହଣା ଓ ଟଙ୍କା ଲୁଟି ନେଇଥିଲେ। ପିତାମ୍ବର ପ୍ରତିରୋଧ କରିବାରୁ ତାଙ୍କ ମୁଣ୍ଡକୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ। ଏନେଇ ପିତାମ୍ବର କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।

ଲକ୍ଷ୍ମୀଦତ୍ତ ଗଞ୍ଜେଇ ଚୋରା ଚାଲାଣ ବେଳେ ମୁମ୍ବାଇ ପୋଲିସ ଦ୍ବାରା ଧରାପଡ଼ି ଗତ ୨ ବର୍ଷ ହେଲା ସେଠାକାର ଜେଲରେ ଥିଲେ। ଅକ୍ଟୋବର ୩ ତାରିଖରେ ସେ ଜେଲରୁ ମୁକୁଳୁଥିବା ଖବର ପାଇ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ ଗୌତମ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ମୁମ୍ବାଇ ଏନ୍‌ଏମ୍‌ ଯୋଶୀ ରୋଡ଼ ଥାନା ଅଞ୍ଚଳରୁ ଲକ୍ଷ୍ମୀଦତ୍ତଙ୍କୁ ଗିରଫ କରି ସେଠାକାର କୋର୍ଟରେ ହାଜର କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ୬ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ତଦନ୍ତ କରିବା ପରେ କୋର୍ଟ ଚାଲାଣ କରିଥିଲେ। ଗତ ୨୦୨୩ ଅକ୍ଟୋବର ୨୪ ତାରିଖ ରାତିରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଚାନ୍ଦପୁର ଗ୍ରାମର ନାନା ପଣ୍ଡା ଙ୍କୁ ଅପହରଣ କରି ତାଙ୍କ ଠାରୁ ୨୩ ହଜାର ଟଙ୍କା ଲୁଟି ନେଇ ଲକ୍ଷ୍ମୀଦତ୍ତ ଏବଂ ତାଙ୍କ ସହଯୋଗୀ ମାନେ ଫେରାର ହୋଇଯାଇଥିଲେ। ଏନେଇ ନାନା ପଣ୍ଡା ଙ୍କ ଏତଲା କ୍ରମେ ଥାନା ମାମଲା ନଂ.୪୩୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ ହୋଇଥିଲା। ଘଟଣା ଦିନ ଠାରୁ ସେ ଫେରାର ଥିଲେ। ପୋଲିସ ଏହି ମକଦ୍ଦମାରେ ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ଗିରଫ କରି ପୂର୍ବରୁ କୋର୍ଟ ଚାଲାଣ କରିଥିଲେ। ପେସାଦାର ଅପରାଧୀ ଲକ୍ଷ୍ମୀଦତ୍ତଙ୍କ ନାଁ ରେ କେ.ନୂଆଗାଁ ଥାନାରେ ଏକାଧିକ ହତ୍ୟା ଉଦ୍ୟମ, ରାହାଜାନୀ, ଅପହରଣ, ଡକାୟତି, ଗଞ୍ଜେଇ ଚୋରା ଚାଲାଣ ଭଳି ସଙ୍ଗୀନ ମାମଲା ରହିଥିବା ଆଇଆଇସି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri