ବସ୍‌ରେ ଚଢ଼ିବା ବେଳେ ଭ୍ୟାନିଟିରୁ ଲୁଟିନେଲେ ୩୦ ଲକ୍ଷର ସୁନାଗହଣା, ଥାନାରେ ପହଞ୍ଚିଲେ…

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ୟ ଲେନରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ରଙ୍କ ଭ୍ୟାନିଟି ବ୍ୟାଗରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୨୫ ଭରି ଓଜନର ବିଭିନ୍ନ ସୁନା ଗହଣା ବୁଧବାର ଅପରାହ୍ନରେ କୌଣସି ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସସ୍ମିତା ଦିଗପହଣ୍ଡିରୁ ସରକାରୀ ଲକ୍ଷ୍ମୀ ବସ ନଂ. (ଓଡ଼ି୦୭ ଏ ୟୁ – ରେ ୨୮୩୫) ଯୋଗେ ଭୀଷ୍ମଗିରି ଗ୍ରାମକୁ ଯାଉଥିବା ବେଳେ ଭ୍ୟାନିଟି ବ୍ୟାଗ ଚେନ୍‌ ଖୋଲି ସେଥିରେ ରଖିଥିବା ସମସ୍ତ ସୁନା ଗହଣା ଗାଏବ ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ସେ ଦିଗପହଣ୍ଡି ପୁଞ୍ଜିକଂୟା ଛକରୁ ବସରେ ଚଢ଼ିବା ବେଳେ ଯାତ୍ରୀଙ୍କ ଗହଳିର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ସମସ୍ତ ସୁନା ଅଳଙ୍କାର ନେଇଯାଇଥିବା ସସ୍ମିତା ପୋଲିସକୁ କହିଛନ୍ତି। ପୋଲିସ ସହରର ବିଭିନ୍ନ ଜାଗାରେ ଥିବା ସିସିଟିଭି ଯାଞ୍ଚ କରିଥିଲେ ମଧ୍ୟ ଚୋରି ସମ୍ପର୍କରେ କୌଣସି ସୁରାକ ମିଳିପାରିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା…

ନଦୀ ପାରିହୋଇ ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ଜିଲାପାଳ

ନନ୍ଦପୁର,୨୭।୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତ ବାସକୀ ନଦୀ ପାରିହୋଇ ଦେବଷଣ୍ଢଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି…

ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ…

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ଦିନ ଦ୍ୱିପ୍ରହରେ ହେଲମେଟ୍‌ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦେଖନ୍ତୁ ଭିଡିଓ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଆଉ ଦୁଇ ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା । ବର୍ତ୍ତମାନ ସାହି ଗୁଡିକରେ ଏହି…

ଜନଶୁଣାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅଧାରୁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଜଳେଶ୍ୱର,୨୭ା୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri