ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ ଆସି ଛଡେଇ ନେଇଥିବା ନେଇ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଛତିଆ ଅଞ୍ଚଳର ଅନିଲ କୁମାର ସିଂହ ଦୁଇ ଜଣ ବ୍ୟକ୍ତି ଏକ ସ୍କର୍ପିଓ ଗାଡ଼ି ଯୋଗେ ନିଜ ବନ୍ଧୁ ଘରକୁ ଯାଉଥିଲେ। ଯିବା ବାଟରେ ଜାରକା ବଜାର ଫାଣ୍ଡି ନିକଟରେ ଏକ ମିଠା ଦୋକାନକୁ ଯାଇ କିଛି ଜିନିଷ କିଣି ଫେରୁଥିଲେ । ଏହି ସମୟରେ ଏକ ପଲ୍ସରରେ ଦୁଇ ଦୃର୍ବୁତ୍ତ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ତେବେ ଥାନା ପାଖରେ ଲୁଟ୍ ଏକ ପ୍ରକାର ପୋଲିସକୁ ଚାଲେଞ୍ଜ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

