ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଏହାପରେ ତାଙ୍କଠାରୁ ୫୦ ଲକ୍ଷ ଟଙ୍କାର ଗହଣା ଲୁଟ୍ କରି ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ସୂଚନା ରହିଛି । ହେଲେ ସୌଭାଗ୍ୟବଶତଃ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଗହଣା ଦୋକାନୀ।
ସୂଚନା ମୁତାବକ, ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରରେ ଗହଣା ଦୋକାନ କରିଥିବା କୁଳିଗଡ଼ି ଗ୍ରାମର କୃପାସିନ୍ଧୁ ରଣା (୫୨) ବୁଧବାର ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ସନ୍ତରାଗଡ଼ିଆ ଡାକ୍ତରଖାନା କୁଳିଗଡ଼ି ରାସ୍ତା ନିକଟରେ ୪ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ତାଙ୍କୁ ପିଛା କରି ତାଙ୍କୁ ଅଟକାଇବା ସହ ଟଣା ଓଟରା କରି ଗହଣା ବ୍ୟାଗ ଛଡ଼ାଇ ନେଇଯାଇଥିଲେ । ଏହାସହ ଫଲ୍ସ ଗୁଳିମାଡ଼ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ଟଙ୍କା ଗହଣା ଲୁଟ କରି ଦୁର୍ବୁତ୍ତମାନେ ଫେରାର ହୋଇ ଥିବାର ସାଧାରଣରେ ଚର୍ଚ୍ଚା।
ଏହି ଖବର ପାଇ ରାତି ୧୧ଟା ୩୦ରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଗୁଳିର ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ହେଲେ ଗୁରୁବାର ସକାଳ ଆଠଟା ସୁଦ୍ଧା ଗହଣା ବ୍ୟବସାୟୀ ଥାନାରେ କୈଣସି ଅଭିଯୋଗ କରିନଥିବାର ନୀଳଗିରି ଆଇଆଇସି ସୂଚନା ଦେଇଛନ୍ତି ।

