କେବୁଲ ବିଛାଇବାକୁ କାଟିଦେଲେ ରାସ୍ତା, ପାଣି ପାଇପ୍‌

ଡେରାବିଶ, ୧୧ା୪(ବେବର୍ତ୍ତା ଅଜୟ ଦାସ)ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ହେଲେ ବେସରକାରୀ ମୋବାଇଲ ସଂସ୍ଥାର ଦାୟିତ୍ୱହୀନତା ଓ ବେପରୁଆ ମନୋଭାବ ଯୋଗୁ ୫ଟି ୱାର୍ଡର ୨ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଡେରାବିଶ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତରେ।
ମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ବୋରିଂ ଓ ଓଭରହେଡ୍‌ ଟାଙ୍କି କରାଯାଇ ମୁକୁନ୍ଦପୁର ଗଁାର ୩ଟି, ପାଣିଓଳା ଗଁାର ଗୋଟିଏ ଓ ନିକଟସ୍ଥ ଯଅଁରା ବାରିମୂଳ ପଞ୍ଚାୟତର ଅର୍ତ୍ତାମୂଳ ଗଁାର ଗୋଟିଏ ୱାର୍ଡର ଅଧିବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ହେଲେ ସୋମବାର ରାତିରେ ଚାନ୍ଦୋଳଠାରୁ ଅର୍ତ୍ତାମୂଳ ପର୍ଯ୍ୟନ୍ତ୍ର ଯାଇଥିବା ରାସ୍ତାର ପାଣିଓଳା ଅଭିରାମ ମଠ ନିକଟରେ ଏକ ବେସରକାରୀ ମୋବାଇଲ ସଂସ୍ଥାର କର୍ମଚାରୀ ସେମାନଙ୍କ କେବୁଲ ମାଟିତଳେ ବିଛାଇବା ପାଇଁ ରାସ୍ତାକୁ ଜେସିବି ଦ୍ୱାରା ତାଡ଼ିଥିଲେ। ଫଳରେ ପୂର୍ବରୁ ମାଟିତଳେ ଯାଇଥିବା ମୁଖ୍ୟ ପାଣି ପାଇପ୍‌ଟି ନଷ୍ଟ ହୋଇଯାଇଥିଲା। କର୍ମଚାରୀମାନେ ରାତାରାତି କେବୁଲ୍‌ ବିଛାଇ ଖାଲକୁ ପୋତି ଦେଇଥିବା ବେଳେ ମଙ୍ଗଳବାର ସକାଳୁ ପମ୍ପ୍‌ ଡ୍ରାଇଭର ମୋଟର ଚଳାଇବା ବେଳେ ଏହିଠାରେ ଫଟା ପାଇପ୍‌ ବାଟ ଦେଇ ରାସ୍ତା ଉପରକୁ ପାଣି ବାହାରିଥିଲା। ଫଳରେ ଡ୍ରାଇଭର ଜଣଙ୍କ ବାଧ୍ୟହୋଇ ପାଣି ଯୋଗାଣ ବନ୍ଦ କରିଦେଇଥିଲେ। ତେବେ ଜଳକଷ୍ଟ ସମୟରେ ପାଣି ଯୋଗାଣ ବନ୍ଦ ହୋଇଯିବାରୁ ଏହା ଉପରେ ନିର୍ଭର କରୁଥିବା ୫ଟି ୱାର୍ଡର ୨ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ନାହିଁ ନ ଥିବା ହଇରାଣ ହୋଇଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ବେସରକାରୀ ମୋବାଇଲ ସଂସ୍ଥା ରାସ୍ତାକଡ଼ରେ କେବୁଲ ବିଛାଇବା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳଯୋଗାଣ ବିଭାଗ ସର୍ବୋପରି ଜଳସେଚନ ବିଭାଗର ଅନୁମତି ନ ନେଇ କିପରି କାର୍ଯ୍ୟ କଲା। କାରଣ ଜେସିବି ଦ୍ୱାରା ତଡ଼ାଯାଇଥିବା ସ୍ଥାନଟି ଏକ ମୁଖ୍ୟରାସ୍ତା ହୋଇଥିବା ବେଳେ ଏହି ବାଟ ଦେଇ ସ୍ଥାନୀୟ ଅଞ୍ଚଳ ବ୍ୟତୀତ ଲୁଣାନଦୀ ଅପରପାର୍ଶ୍ୱକୁ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି। ଏଥିସହ ପ୍ରତିଦିନ ଏହି ରାସ୍ତା ଦେଇ ଲକ୍ଷ୍ମୀ ବସ୍‌ ଓ ଅତ୍ୟାବଶ୍ୟକ ଜିନିଷ ପରିବହନ କରୁଥିବା ଶତାଧିକ ଯାନବାହନ ଚଳାଚଳ କରିଥାଏ। ରାସ୍ତାଟି ୨ ଫୁଟ ଓସାର ଓ ୩୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ତଡ଼ା ହୋଇଥିବା ବେଳେ ଏହା ଦବିଯାଇ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରୁଛି। ଏଥିସହ ବେସରକାରୀ କେବୁଲ ସଂସ୍ଥା ଜଳସେଚନ ବିଭାଗର ବିନା ଅନୁମତିରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ୧୨ ନଂ. ଶାଖା ନାଳର ଶଯ୍ୟାକୁ ମଧ୍ୟ ଏହି ସ୍ଥାନରେ ୧୦ ଫୁଟରୁ ଅଧିକ ଗଭୀର କରି ତାଡ଼ିଦେଇଛି, ଯାହାଫଳରେ ଆସନ୍ତା ଖରିଫ୍‌ ଋତୁର ପାଣି ଆସିଲେ ଦୁର୍ବଳ ହୋଇପଡ଼ିଥିବା କେନାଲବନ୍ଧ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ବିଭୁଦତ୍ତ ଦାସଙ୍କୁ ପଚାରିବାରେ ଏହି ବେସରକାରୀ ମୋବାଇଲ ସଂସ୍ଥା ତାଙ୍କ ଅଜ୍ଞାତରେ ସୋମବାର ବିଳମ୍ବିତ ରାତିରେ ରାସ୍ତା ଖୋଳି ପାଣି ପାଇପ୍‌ ଫଟାଇ ଦେଇଛି। ବୁଧବାର ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍‌ ମରାମତି କରାଯାଇ ଗ୍ରାମକୁ ପାନୀୟଜଳ ଯୋଗାଇ ଦିଆଯାଇଛି। ଏଥିସହ ଏହି ମୋବାଇଲ ସଂସ୍ଥା ଜଳସେଚନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଗୋଚରରେ ନାଳ ଶଯ୍ୟା ଓ ରାସ୍ତାକୁ ତାଡ଼ିଛି। ଉପରୋକ୍ତ ସମସ୍ତ ବିଭାଗ ପକ୍ଷରୁ ଏହି ବେସରକାରୀ ମୋବାଇଲ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri