୫ଟି ପଞ୍ଚାୟତବାସୀ ନିର୍ଭର କରୁଥିବା ରାସ୍ତା ଏବେ ବିପଦପୂର୍ଣ: ମାଡି ଆସିଲାଣି ଗଛ ଡାଳ

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ । ପାଞ୍ଚଟି ପଞ୍ଚାୟତ ତଥା କାଇଁଚପୁର,ମଲାଡ଼,ସନ୍ତୋଷ ପୁର, ଖଣ୍ଡ ଦେଉଳୀ ଓ ପୋଇରାଶି ଆଦି ପଞ୍ଚାୟତବାସୀ ନିର୍ଭର କରୁଥିବା ମୁଖ୍ୟ ରାସ୍ତାରେ ବଡ଼ ବଡ଼ କାଜୁ ଗଛର ଡାଳଗୁଡିକ ରାସ୍ତାକୁ ସମ୍ପୂର୍ଣ ମାଡି ଆସିଲାଣି। ଉକ୍ତ ରାସ୍ତା ଦେଇ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ଲକ୍ଷ୍ମୀ ବସ୍‌ ମଧ୍ୟ ଉକ୍ତ ରାସ୍ତାରେ ଯାତାୟାତ କରୁଛି । କିନ୍ତୁ ରାସ୍ତାଟି ଅଣଓସାରିଆ ଥିବା ବେଳେ ଡାଳ ଗୁଡିକ ରାସ୍ତାକୁ ସମ୍ପୂର୍ଣ ଅବରୋଧ କରିଥିବା ଦେଖିବାକୁ ମିଳିଛି। ଚାରି ଚକିଆ ଯାନ ଯିବାବେଳେ କିଛି ଦେଖାଯାଉନି ବୋଲି ମାଳି ଜଗନ୍ନାଥପୁର ଗ୍ରାମର ବାଲୀ ଲୋକନାଥ ମନ୍ଦିର ପରିଚାଳନା କମିଟି ସଭାପତି ବି ବନମାଳୀ କହିଛନ୍ତି । ଏଥିପାଇଁ ତିନି ଚାରିଦିନ ତଳେ ଏକ ଦୁର୍ଘଟଣା ଘଟିଥିଲା । ପ୍ରଶାସନ ପକ୍ଷରୁ ଉପରୋକ୍ତ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱର,୩୦।୧: ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକୋର୍ଟରେ ସଚିବ ପାଢ଼ୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ଅଦାଲତ…

ଚାଲିଥିଲା ନକଲି ମଦ ପ୍ରସ୍ତୁତି: ଅଚାନକ ଚଢାଉ କଲା ଅବିକାରୀ ବିଭାଗ, ତା’ପରେ…

କେସିଙ୍ଗା,୩୦।୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ସ୍ଥିତ ୱାର୍ଡ ନଂ ୧୦ର ୩ ନମ୍ବର ବିଦେଶୀ ମଦ ଦୋକାନ ପଛ ଗଳିରେ ଓ…

ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଲୁକ ଆଇନ ସହାୟତା କମିଟି ପାଳିଲା…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶୁକ୍ରବାର ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି।…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ପଞ୍ଜିକା ସମୀକରଣ ବୈଠକରେ ବଡ଼ ନିଷ୍ପତ୍ତି: ତ୍ରୁଟିଯୁକ୍ତ ପାଞ୍ଜି ଛାପିଲେ…

ପୁରୀ,୩୦।୧ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ୨୦୨୬-୨୭ରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର ସୂଚନା ବିଭିନ୍ନ ପଞ୍ଜିକାରେ କିଭଳି ତ୍ରୁଟିଶୂନ୍ୟ ଭାବେ ପ୍ରକାଶିତ ହେବ,…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

୧୩ ଫେବୃଆରୀରୁ ରାଜ୍‌ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ

ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri