ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ ମରାମତି ହୋଇ ନାହିଁ । ଏନେଇ ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ କୌଣଷି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ସୂଚନା ମୁତାବକ ଭଗବାନପୁର ପଞ୍ଚାୟତର ବାଇଦିପୁର ଗ୍ରାମ (ୱାର୍ଡ ନଂ ୩ ) ପ୍ରାୟ ଶହେରୁ ଉର୍ଦ୍ଧ୍ବ ପରିବାର ଲୋକେ ବସବାସ କରୁଥିବା ବେଳେ ଭୋଟର ସଂଖ୍ୟା ୪ ଶହରୁ ଅଧିକ ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ଠାରୁ ବାଇଦିପୁର ଗ୍ରାମ ପର୍ଯ୍ୟନ୍ତ
ପ୍ରାୟ ୬ ଶହ ମିଟର ଦୂରତା କଚା ମାଟି ରାସ୍ତାଟି ଗ୍ରାମ ପଞ୍ଚାୟତ ଅଧିନରେ ରହିଛି । ଦୀର୍ଘ ୧୫ ବର୍ଷ ପୂର୍ବରୁ ପଞ୍ଚାୟତା ପକ୍ଷରୁ ଏହି ରାସ୍ତାରେ ନାଲି ମାଟି ଓ ମେଟାଲ ପକାଇ ମରାମତି ହୋଇଥିଲା । ସମୟାନୁକ୍ରମେ ରାସ୍ତାକୁ ରକ୍ଷଣ ବେକ୍ଷଣ ଅଭାବରୁ ଏବେ ସମ୍ପୂର୍ଣ ନଷ୍ଟ ହୋଇ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପରିଣତ ହୋଇଯାଇଛି।

ଗ୍ରାମବାସୀଙ୍କ କହିବା କଥା ରାସ୍ତା ମରାମତି ନେଇ ବାରମ୍ବାର ପଞ୍ଚାୟତ ସରପଞ୍ଚଙ୍କ ସମେତ ବ୍ଲକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏବେ ବର୍ଷା ଦିନ ଥିବାରୁ ରାସ୍ତାଟି ଖାଲ ଢିପ ସାଙ୍ଗକୁ କାଦୁଅରେ ଦୈନିକ ଯାତାୟାତ କରୁଥିବା ବିଦ୍ୟାଳୟ ଛାତ୍ରୀଛାତ୍ର ନାନାଦି ସମସ୍ୟା ଭୋଗୁଛନ୍ତି । ଏପରିକି ନିକଟରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ମଧ୍ୟ କୁନି କୁନି ପିଲା ଯାଇ ପାରୁନାହାନ୍ତି। ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗ ଗାଡ଼ି ଆସିବାରେ ସମସ୍ୟା ଦେଖାଦେଉଛି । ଏହି କିଛି ଦିନ ପୂର୍ବରୁ ଦୁଇ ଜଣ ଗ୍ରାମ ଲୋକେ ବାଇକରେ ଆସୁଥିବା ସମୟରେ ଏହି ରାସ୍ତାରେ ପଡ଼ି ଦୁର୍ଘଟଣା ହୋଇଥିଲା।

ରାଜ୍ୟ ସରକାରଙ୍କ ବିକଶିତ ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନେଇ ଗ୍ରାମ ପଞ୍ଚାୟତ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସରପଞ୍ଚ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମ ରାସ୍ତାକୁ ମରାମତି କରୁଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାକୁ ମରାମତି ନକରିବା ତାଙ୍କର କାର୍ଯ୍ୟଦକ୍ଷତା ପ୍ରତି ନା ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ଥାଇପାରେ ବୋଲି ଗ୍ରାମବାସୀ କହିଛନ୍ତି  । ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ପଞ୍ଚାୟତ ସ୍ତରର ପ୍ରକଳ୍ପ କୁ ମନମୁଖୀ ଏବଂ ଏକ ତରଫା ଭାବେ ଦିଆଯାଇ କାର୍ଯ୍ୟକାରୀ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଫଳରେ ପଞ୍ଚାୟତ ବିଭିନ୍ନ ୱାର୍ଡ ନାନାଦି ସମସ୍ୟା ଥିବା ବେଳେ ଲକ୍ଷାଧିକ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟ ର ସରକାରୀ ସ୍ତରରେ ଅନୁମୋଦନ ହୋଇଥିଲେ ବି ଅଦ୍ୟାବଧି କାର୍ଯ୍ୟ ନହୋଇ ଫାଇଲ ତଳେ ପଡ଼ିଛି ବୋଲି ସ୍ଥାନୀୟ ଲୋକେ ଆଲୋଚନା କହିଛନ୍ତି।

ତୁରନ୍ତ ରାସ୍ତା ମରା ମତି ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଘନଶ୍ୟାମ ସ୍ବାଇଁ, ବାଇଧର ପ୍ରଧାନ, କୃପାସିନ୍ଧୁ ସାମଲ, ଦେବେନ୍ଦ୍ର ସ୍ବାଇଁ, ଗୋବର୍ଦ୍ଧନ ପ୍ରଧାନ, ମାମିନା ପ୍ରଧାନ, ବିରଞ୍ଚି ନାରାୟଣ ସ୍ବାଇଁ, ଶସ୍ମିତା ପ୍ରଧାନ, ମମତା ସ୍ବାଇଁ, ଭାରତୀ ସ୍ବାଇଁ, ଦ୍ରୌପଦୀ ସ୍ବାଇଁ ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ କହିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କପିଳେନ୍ଦ୍ର ବଳ କହିଛନ୍ତି ରାସ୍ତା ସମସ୍ୟା ନେଇ ଦେଖୁଛି କଣ କରାଯିବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?