ଧାନ ନ ଉଠିବାରୁ ରାସ୍ତାରୋକ

ନିଶ୍ଚିନ୍ତକୋଇଲି, ୬।୪ (ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ ନ କିଣିବାରୁ ଚାଷୀମାନେ ବୁଧବାର କଟକ ଚାନ୍ଦବାଲି ରାସ୍ତାର ପନସପଡ଼ିଆ ନିକଟରେ ରାସ୍ତା ରୋକ କରିଛନ୍ତି। ଚାଷୀଙ୍କୁ ଅନ୍‌ଲାଇନରେ ଧାନ ବିକିବା ପାଇଁ ଟୁକନ ମିଳିଥିଲେ ସୁଦ୍ଧା ମିଲର ଧାନ ନ ନେବାରୁ ମଣ୍ଡି ବନ୍ଦ କରିଦିଆ ଯାଇଥିଲା। ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତାରୋକ କରଥିବା ଦେଖିବାକୁ ମିଳିଛି। ଏଥିରେ ବଳିଆପଦ ସେବାସମବୟ ସମିତିର ସମ୍ପାଦକ ଦିବାକର ସାହୁଙ୍କୁ ନିଲମ୍ବିତ କରାଯାଇଛି। ପ୍ରାୟ ଏକ ଘଣ୍ଟା ହେବ ରାସ୍ତାରୋକ ହୋଇଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ଆସି ନ ଥିବା ଜଣାପଡିଛି।