ରାସ୍ତା କାର୍ଯ୍ୟ ନ ସରୁଣୁ ଉଠିଲାଣି ପିଚୁ: ପଞ୍ଚାୟତବାସୀଙ୍କ ଆଶା ମଉଳିଲା

ନୂଆପଡ଼ା,୨୨ା୮(ମକାରୁ ବେମାଲ) -ରାସ୍ତା କାମ ସରିବା ପୂର୍ବରୁ ପିଚୁଉଠି ନଷ୍ଟହେବାକୁ ବସିଲାଣି। ଏପରି ଦୃଶ୍ୟ କୋମନା ବ୍ଲକ୍‌ ଅନ୍ତର୍ଗତ ବରକୋଟ ବିଜୁ ଏକ୍ସପ୍ରେସ୍‌ ଫୋର ୱେଠାରୁ ସୁନାବେଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। କୋମନା ବ୍ଲକ୍‌ ମିଛାପାଲି ପଞ୍ଚାୟତ ଚେରେଚୁଆଁଠାରୁ ଜାମଗାଁ ପର୍ଯ୍ୟନ୍ତ ୮.୧୦ କି.ମି. ପାହାଡ଼ିଆ ରାସ୍ତା ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୮୮୦.୧୭ ଲକ୍ଷ ଟଙ୍କା ମଞ୍ଜୁର ହୋଇ ରାସ୍ତା କାମ ଚାଲିଛି। କାର୍ଯ୍ୟ ଆରମ୍ଭ ୨୦୨୩ ସେପ୍ଟେମ୍ବର ୨୭ ଥିବାବେଳେ ଶେଷ ୨୦୨୪ ମାର୍ଚ୍ଚ ୨୬ ବୋଲି ନାମଫଳକରେ ଉଲ୍ଲେଖ ରହିଛି ା ହେଲେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଗୋଟେ ପଟେ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ରାସ୍ତାରୁ ପିଚୁ ଉଠିବାରେ ଲାଗିଛି। ରାସ୍ତା କାମ ଆରମ୍ଭ ସମୟରେ ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତବାସୀ ସୁବିଧାରେ ଯିବାଆସିବା କରିବେ ବୋଲି ଖୁସି ହେଉଥିଲେ। ବର୍ତ୍ତମାନ ରାସ୍ତା ଅବସ୍ଥା ଦେଖି ଖୁସି ମଉଳି ଯାଇଛି। ଚେରେଚୁଆଁଠାରୁ ଜାମଗାଁ ପର୍ଯ୍ୟନ୍ତ ପାହାଡ଼ିଆ ରାସ୍ତା କଂକ୍ରିଟ ହୋଇଥିବାବେଳେ ତଳ ରାସ୍ତା ପିଚୁ ହୋଇଛି। ହେଲେ ପିଚୁ ଏବେ ଉଠିବାରେ ଲାଗିଲାଣି ା ପୁଣି କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ୱରେ ଗାର୍ଡୱାଲ ଓ ଡ୍ରେନ୍‌ ନିର୍ମାଣ କରା ନ ଯିବାରୁ ବର୍ଷାରେ ପାହାଡର ପାଣି ଓ ପଥର ଖସି ରାସ୍ତାରେ ଜମା ହେଉଛି। ବର୍ଷାପାଣିରେ କଂକ୍ରିଟ ତଳୁ ମାଟି ଧୋଇହୋଇ ଘାଇ ସୃଷ୍ଟି ହେଉଛି। ଫଳରେ ରାସ୍ତାରେ ଗଛ ପଡି ଯାତାୟାତରେ ବାଧା ସୃଷ୍ଟି କରୁଛି। ମା’ ସୁନାଦେଡ଼ଙ୍କୁ ଦର୍ଶନ ପାଇଁ ପ୍ରତି ଦିନ ଶତାଧିକ ଲୋକ ଯିବାଆସିବା କରିବା ସହ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ଲୋକେ ବ୍ଲକ କିମ୍ବା ଜିଲା ମୁଖ୍ୟାଳୟକୁ ଯିବା ପାଇଁ ସେହି ରାସ୍ତା ଉପରେ ନିର୍ଭର କରନ୍ତି। ହେଲେ ରାସ୍ତା ଶୋଚନୀୟ ଯୋଗୁ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି। ରାସ୍ତା ନିମ୍ନମାନର ନେଇ ସୁନାବେଡ଼ାବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପକରି ସମସ୍ୟା ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ରାସ୍ତା କାମର ତଦନ୍ତ କରାଯିବ। ବହୁ ଶୀଘ୍ର ପିଚୁ କେମିତି ଉଠିଲା ତା’ର ଅନୁଧ୍ୟାନ କରାଯିବ। ଯେଉଁ ସ୍ଥାନରେ ଗାଡୱାଲ ଆବଶ୍ୟକ ଅଛି ନିର୍ମାଣ କରାଯିବ। ରାସ୍ତା ମରାମତି ପାଇଁ ସମୟ ଅଛି। ଶୀଘ୍ର ଏହାର ସମାଧାନ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri