୨ ବିଭାଗ ଟଣାଓଟରା, ରାସ୍ତା କାମ ବନ୍ଦ

ନୀଳଗିରି,୨୬।୧୨(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଜୀବନରେଖା ପାଲଟିଥିବା ଶେରଗଡ଼-ନୀଳଗିରି-ଝରଣଘାଟି (ଏସ୍‌.ଏନ୍‌.ଜେ) ୧୯ନଂ. ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି। ଦୁଇ ବିଭାଗ ମଧ୍ୟରେ ଟଣାଓଟରା ଯୋଗୁ ପ୍ରଶସ୍ତୀକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି।
ଏମ୍‌ପି ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଭେଟି ଏହି ରାସ୍ତାର ଉନ୍ନତୀକରଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ପରେ ୧୨୫ କୋଟି କେନ୍ଦ୍ରୀୟ ଅନୁଦାନରେ କାମ ଆରମ୍ଭ ହୋଇଥିଲା। ପୂର୍ତ୍ତବିଭାଗ ୨୦୨୨ ମାର୍ଚ୍ଚ ୨୭ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୨୦୨୪ ମାର୍ଚ୍ଚ ୨୬ ସୁଦ୍ଧା କାର୍ଯ୍ୟ ସାରିବାର ଅବଧି ରହିଛି। ରାସ୍ତାର ପ୍ରଶସ୍ତାକରଣ ସହ ମରାମତି ପାଇଁ ଗତ ଜୁଲାଇ ମାସରେ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ନୀଳଗିରି ଗସ୍ତରେ ଆସିଥିଲେ। ତାଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପ୍ରଶସ୍ତାକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରୁଥୁବା ବେଳେ ବିଳମ୍ବ ସହ ବହୁ ସ୍ଥାନରେ ଅଧାପନ୍ତରିଆ ହୋଇପଡ଼ିଛି। ତେବେ ଏହି କାମରେ ଅନିମିୟତା ଅଭିଯୋଗ ଆଣି ପୂର୍ତ୍ତ ବିଭାଗକୁ ଅଟକାଇ ଦେଇଛି ବନ ବିଭାଗ। ସବୁଠୁ ରୋଚକ ଛବି ଦେଖିବାକୁ ମିଳିଛି ସଜନାଗଡ଼ ପରେ ଭାଲୁକାଶୁଣି ରାସ୍ତାରେ। ସଜନାଗଡ଼ ପରେ ଜଙ୍ଗଲ ପାଶର୍‌ବ ରାସ୍ତା ହୋଇଥିବାରୁ ଆଉ ପ୍ରଶସ୍ତୀକରଣ ତ ହୋଇପାରିବନି ଯାହା କେବଳ ମରାମତି ହେବ। ସେଥିରେ ମଧ୍ୟ ବିଳମ୍ବ କରାଯାଉଛି। ରାସ୍ତାର ମଝିରୁ ଗୋଟିଏ ପାଶର୍‌ବ ପିଚୁ କରାଯାଇଥିବା ବେଳେ ଅନ୍ୟପାର୍ଶ୍ୱ ଖାଲ ଖମାରେ ଭର୍ତ୍ତି ହୋଇଛି। ନା କାମ ଆଉ ହେଉଛି ନା କର୍ମଚାରୀଙ୍କ ଦେଖା ମିଳୁଛି। ରାସ୍ତା ଦୁଇଫାଳ ହୋଇ ପଡିରହିଛି। ଗୋଟେପଟ କୁଲଡ଼ିହା ବନ ବିଭାଗ ଅଧୀନରେ ଥିବା ଯୋଗୁ ଅଭିଯୋଗ ବିନା କାମ ହୋଇଯାଇଛି। କିନ୍ତୁ ରାସ୍ତାର ମଝିରୁ ଅନ୍ୟପଟଟି ନୀଳଗିରି ବନ ବିଭାଗ ଅଧୀନରେ ଯାଉଥିବାରୁ ପୂର୍ତ୍ତବିଭାଗ ବିନା ଅନୁମତିରେ କାମ କରୁଥିବା କହି କାମ ଅଟକାଇ ଦେଇଛନ୍ତି ନୀଳଗିରି ରେଞ୍ଜର। ଫଳରେ ଗତ ୧୦ଦିନ ମଧ୍ୟରେ ପ୍ରାୟ ୫ରୁ ୬ଟି ବାଇକ ଦୁର୍ଘଟଣା ଘଟିଲାଣି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଘଟଣାକୁ ପ୍ରଶାସନ ହାଲକା ଭାବେ ନେଉଥିବାରୁ ଅଦ୍ୟାବଧି ବିଦ୍ୟୁତ୍‌ ଖୁଣ୍ଟ ସମ୍ପ୍ରସାରଣ, ଗଛକଟା ଇତ୍ୟାଦି ହୋଇ ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri