୨ ବିଭାଗ ଟଣାଓଟରା, ରାସ୍ତା କାମ ବନ୍ଦ

ନୀଳଗିରି,୨୬।୧୨(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଜୀବନରେଖା ପାଲଟିଥିବା ଶେରଗଡ଼-ନୀଳଗିରି-ଝରଣଘାଟି (ଏସ୍‌.ଏନ୍‌.ଜେ) ୧୯ନଂ. ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି। ଦୁଇ ବିଭାଗ ମଧ୍ୟରେ ଟଣାଓଟରା ଯୋଗୁ ପ୍ରଶସ୍ତୀକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି।
ଏମ୍‌ପି ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଭେଟି ଏହି ରାସ୍ତାର ଉନ୍ନତୀକରଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ପରେ ୧୨୫ କୋଟି କେନ୍ଦ୍ରୀୟ ଅନୁଦାନରେ କାମ ଆରମ୍ଭ ହୋଇଥିଲା। ପୂର୍ତ୍ତବିଭାଗ ୨୦୨୨ ମାର୍ଚ୍ଚ ୨୭ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୨୦୨୪ ମାର୍ଚ୍ଚ ୨୬ ସୁଦ୍ଧା କାର୍ଯ୍ୟ ସାରିବାର ଅବଧି ରହିଛି। ରାସ୍ତାର ପ୍ରଶସ୍ତାକରଣ ସହ ମରାମତି ପାଇଁ ଗତ ଜୁଲାଇ ମାସରେ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ନୀଳଗିରି ଗସ୍ତରେ ଆସିଥିଲେ। ତାଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପ୍ରଶସ୍ତାକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରୁଥୁବା ବେଳେ ବିଳମ୍ବ ସହ ବହୁ ସ୍ଥାନରେ ଅଧାପନ୍ତରିଆ ହୋଇପଡ଼ିଛି। ତେବେ ଏହି କାମରେ ଅନିମିୟତା ଅଭିଯୋଗ ଆଣି ପୂର୍ତ୍ତ ବିଭାଗକୁ ଅଟକାଇ ଦେଇଛି ବନ ବିଭାଗ। ସବୁଠୁ ରୋଚକ ଛବି ଦେଖିବାକୁ ମିଳିଛି ସଜନାଗଡ଼ ପରେ ଭାଲୁକାଶୁଣି ରାସ୍ତାରେ। ସଜନାଗଡ଼ ପରେ ଜଙ୍ଗଲ ପାଶର୍‌ବ ରାସ୍ତା ହୋଇଥିବାରୁ ଆଉ ପ୍ରଶସ୍ତୀକରଣ ତ ହୋଇପାରିବନି ଯାହା କେବଳ ମରାମତି ହେବ। ସେଥିରେ ମଧ୍ୟ ବିଳମ୍ବ କରାଯାଉଛି। ରାସ୍ତାର ମଝିରୁ ଗୋଟିଏ ପାଶର୍‌ବ ପିଚୁ କରାଯାଇଥିବା ବେଳେ ଅନ୍ୟପାର୍ଶ୍ୱ ଖାଲ ଖମାରେ ଭର୍ତ୍ତି ହୋଇଛି। ନା କାମ ଆଉ ହେଉଛି ନା କର୍ମଚାରୀଙ୍କ ଦେଖା ମିଳୁଛି। ରାସ୍ତା ଦୁଇଫାଳ ହୋଇ ପଡିରହିଛି। ଗୋଟେପଟ କୁଲଡ଼ିହା ବନ ବିଭାଗ ଅଧୀନରେ ଥିବା ଯୋଗୁ ଅଭିଯୋଗ ବିନା କାମ ହୋଇଯାଇଛି। କିନ୍ତୁ ରାସ୍ତାର ମଝିରୁ ଅନ୍ୟପଟଟି ନୀଳଗିରି ବନ ବିଭାଗ ଅଧୀନରେ ଯାଉଥିବାରୁ ପୂର୍ତ୍ତବିଭାଗ ବିନା ଅନୁମତିରେ କାମ କରୁଥିବା କହି କାମ ଅଟକାଇ ଦେଇଛନ୍ତି ନୀଳଗିରି ରେଞ୍ଜର। ଫଳରେ ଗତ ୧୦ଦିନ ମଧ୍ୟରେ ପ୍ରାୟ ୫ରୁ ୬ଟି ବାଇକ ଦୁର୍ଘଟଣା ଘଟିଲାଣି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଘଟଣାକୁ ପ୍ରଶାସନ ହାଲକା ଭାବେ ନେଉଥିବାରୁ ଅଦ୍ୟାବଧି ବିଦ୍ୟୁତ୍‌ ଖୁଣ୍ଟ ସମ୍ପ୍ରସାରଣ, ଗଛକଟା ଇତ୍ୟାଦି ହୋଇ ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri