ନିର୍ଦ୍ଧାରିତ ସମୟରେ ସରୁନି ରାସ୍ତା କାମ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଦୁଇଟି ରାସ୍ତା ନିର୍ମାଣ କାମକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେସିଙ୍ଗା ବ୍ଳକର ଜୋଲକୋ-ଟୁଟିଙ୍ଗପଦର ରାସ୍ତା ଏବଂ ଗାଈଦୋରୋ-ଦେଓଗାଁ ରାସ୍ତା ନିର୍ମାଣ କାମ ଚାଲିଛି। ହେଲେ ରାସ୍ତାରେ ମେଟାଲ ଓ କ୍ରଶର ଗୁଣ୍ଡ ବିଛାଇ ଠିକାଦାର ଚୁପ୍‌ ହୋଇପଡ଼ିଥିବା ବାଲସି, ମଶାଣିବନ୍ଦ, କାଣ୍ଡେଲ, ରୁପ୍ରା, ରେଙ୍ଗାଲି ଆଦି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଗ୍ରାମବାସୀ ଜିଲାପାଳଙ୍କୁ ଜଣାଇଛନ୍ତି।

ଅଭିଯୋଗ ମୁତାବକ, କେସିଙ୍ଗା ବ୍ଲକ ଜୋଲକୋଠାରୁ ଭାୟା କାଣ୍ଡେଲ, ମଶାଣିବନ୍ଧ ଓ ରେଙ୍ଗାଲି ଗ୍ରାମ ଦେଇ ନର୍ଲା ବ୍ଲକ ଟୁଟିଙ୍ଗପଦର ଗ୍ରାମ ପର୍ଯ୍ୟନ୍ତ ରାସ୍ତା କାମ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୯୪୪.୩୮ ଲକ୍ଷ ଟଙ୍କା ରହିଛି। ଏପରିକି ୫ ବର୍ଷ ମଧ୍ୟରେ ମରାମତି ପାଇଁ ୭୩ ଲକ୍ଷ ଟଙ୍କା ରଖାଯାଇଛି। ଏହି କାମକୁ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ସୁଧୀର ପଣ୍ଡା କରୁଥିବା ବେଳେ ତାଙ୍କୁ ନଭେମ୍ବର ୨୦୨୨ରେ କାର୍ଯ୍ୟାଦେଶ ଦିଆଯାଇଥିଲା। କାମ ଆରମ୍ଭ ୭।୯।୨୦୨୨ରେ ହୋଇଥିବା ବେଳେ କାମ ଶେଷ ତାରିଖ ୬।୯।୨୦୨୩ ରହିଛି। କିନ୍ତୁ କାମ ସମ୍ପୂର୍ଣ୍ଣ ହେବାର ଶେଷ ତାରିଖ ସମାପ୍ତି ହୋଇଥିଲେ ସୁଦ୍ଧା ଏହି ରାସ୍ତା କାମ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛି। ସେହିପରି ଗାଈଦୋରୋଠାରୁ ଦେଓଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୫୨୨.୫୬ ଲକ୍ଷ ଟଙ୍କା ରହିଛି। ଏହି କାମ ଠିକାଦାର ସୁରେଶ ଅଗ୍ରୱାଲ କରୁଥିବା ବେଳେ କାମ ଆରମ୍ଭ ୧୫।୩।୨୦୨୩ ଏବଂ କାମ ଶେଷ ତାରିଖ ୧୫।୪।୨୦୨୪ ରହିଛି। ଏହି କାମ ମଧ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଗାର୍ଡୱାଲ କାମ ଅତି ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହି ଦୁଇଟି କାମରେ କିଛି ସ୍ଥାନରେ ପିଚୁ ପକାଇ ଠିକାଦାର ଚୁପ୍‌ ବସି ରାସ୍ତା ଉପରେ ମେଟାଲ ଓ କ୍ରଶର ଗୁଣ୍ଡ ବିଛାଇ ଛାଡ଼ି ଦେଇଛନ୍ତି। ଫଳରେ ରାସ୍ତା ଉପରେ ନିର୍ଭର
କରୁଥିବା ଜନସାଧାରଣ ଧୂଳିରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଖୀଶ୍ୟାମ ନାଏକଙ୍କୁ ପଚାରିବାରୁ ଠିକାଦାରଙ୍କ ନାମରେ ଦୁଇ ଥର ସମନ ଜାରି କରାଯାଇଛି। ପୂର୍ବରୁ ୧୨ଫୁଟ ଓସାରିଆ ପିଚୁ ରାସ୍ତା କାମ କରିବା ପାଇଁ ଆଦେଶ ଥିଲା। ବର୍ତ୍ତମାନ ଏହା ୧୮ଫୁଟ ଓସାରରେ ପିଚୁ କାମ ହେବ। ଏନେଇ କେତେକ ଜମିରେ ଗଛ କାଟିବା ଆବଶ୍ୟକ ପଡୁଛି। ସମସ୍ତ କାମ ଶେଷ ହୋଇଛି। ଲଘୁଚାପଜନିତ ବର୍ଷା ଲାଗି ରହୁଛି। ବର୍ଷା ଛାଡ଼ିଲେ ପିଚୁ କାମ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri