ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ ରହିଥିଲା।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାରେ ମାଟି ପକାଇ ମରାମତି କାର୍ଯ୍ୟ କରାଯାଇଛି। ଫଳରେ ବର୍ତ୍ତମାନ ରାସ୍ତାରେ ଯାନବାହନ ଚଳାଚଳ ପୁଣି ଆରମ୍ଭ ହୋଇଛି। ଏହା ଯାତ୍ରୀଙ୍କୁ ଆଶ୍ୱସ୍ତି ଆଣିଦେବା ସହିତ ଅଞ୍ଚଳରେ ଯୋଗାଯୋଗ ସୁନିଶ୍ଚିତ ହୋଇପାରିଛି।

Share