Posted inଖେଳ

ଭାରତ ପାଇଁ ସହଜ ହେବନି ସେମିଫାଇନାଲ୍‌ ରାସ୍ତା: ଜାଣନ୍ତୁ କ’ଣ କହୁଛି ସମୀକରଣ

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳକୁ ଗତକାଲି ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ଦ୍ୱାରା ଭାରତୀୟ ଦଳ ଅଧିକ ଅସୁବିଧାରେ ପଡ଼ିବ ନାହିଁ କାରଣ ଦଳ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତି ସହଜରେ ସେମିଫାଇନାଲରେ ପ୍ରବେଶ କରିପାରିବ। କିନ୍ତୁ ଯଦି ଏଠାରେ ଗୋଟିଏ ମାତ୍ର ଅଡୁଆ ହେଉଛି ବର୍ଷା। ଯଦି ବର୍ଷା ଯୋଗୁ ଏହି ୨ ମ୍ୟାଚ୍‌ ରଦ୍ଦ ହୋଯାଏ ତେବେ ଭାରତର ଅଡୁଆ ବଢିପାରେ।
ଯଦି ଭାରତ ବାଂଲାଦେଶଠାରୁ ହାରିଯାଏ
ସୁପର-୧୨ ରାଉଣ୍ଡର ଶେଷ ଦୁଇଟି ମ୍ୟାଚ ଟିମ ଇଣ୍ଡିଆକୁ ବାଂଲାଦେଶ ଏବଂ ଜିମ୍ବାୱେ ବିପକ୍ଷ ଖେଳିବାକୁ ପଡିବ। ଯଦି ଏଠାରେ ଭାରତୀୟ ଦଳ ବାଂଲାଦେଶଠାରୁ ହାରିଯାଏ, ତେବେ ବାଂଲାଦେଶ ଦଳ ୬ ପଏଣ୍ଟ ପାଇବ। ଯଦି ବାଂଲାଦେଶ ପାକିସ୍ତାନକୁ ମଧ୍ୟ ପରାସ୍ତ କରେ, ତେବେ ଦଳ ପଏଣ୍ଟ ଟେବୁଲରେ ଟିମ ଇଣ୍ଡିଆଠାରୁ ଆଗରେ ରହି ସେମିଫାଇନାଲରେ ପ୍ରବେଶ କରିପାରିବେ। ଯଦି ବାଂଲାଦେଶ ଦଳ ପାକିସ୍ତାନଠାରୁ ହାରିଯାଏ ଏବଂ ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ, ତେବେ ପାକିସ୍ତାନ ଦଳ ୬ ପଏଣ୍ଟ ଏବଂ ଉନ୍ନତ ରନ ହାର ଆଧାରରେ ଭାରତଠାରୁ ଆଗରେ ରହିବାର ସୁଯୋଗ ପାଇବ। ଅର୍ଥାତ୍‌ ଯଦି ଭାରତୀୟ ଦଳ ବାଂଲାଦେଶ ସହିତ ପରବର୍ତ୍ତୀ ମ୍ୟାଚ ହାରିଯାଏ, ତେବେ ପାକିସ୍ତାନ କିମ୍ବା ବାଂଲାଦେଶର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ବଢିପାରେ।

ଯଦି ଭାରତ ଜିମ୍ବାୱେଠାରୁ ହାରିଯାଏ
ଯଦି ଭାରତୀୟ ଦଳ ବାଂଲାଦେଶରୁ ଜିତେ କିନ୍ତୁ ଜିମ୍ବାୱେକୁ ହାରିଯାଏ, ତେବେ ଏହି ପରିସ୍ଥିତିରେ ଜିମ୍ବାୱେ ଦଳର ଦକ୍ଷିଣ ଆଫ୍ରିକା ସହିତ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ରହିବ। ତେବେ ଏଥିପାଇଁ ଜିମ୍ବାୱେକୁ ପୂର୍ବରୁ ନେଦରଲାଣ୍ଡ୍ସକୁ ପରାସ୍ତ କରିବାକୁ ପଡିବ। ଏହି ପରିସ୍ଥିତିରେ ଭାରତ ମାତ୍ର ୬ ପଏଣ୍ଟ ସହ ଜିମ୍ବାୱେ ୭ ପଏଣ୍ଟ ସହ ସେମିଫାଇନାଲରେ ରହିବ।

ଯଦି ବର୍ଷା ଖେଳକୁ ନଷ୍ଟ କରିଦିଏ
ଆଗାମୀ ଦିନରେ ଅଷ୍ଟ୍ରେଲିଆରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଯଦି ଭାରତୀୟ ଦଳର ପରବର୍ତ୍ତୀ ଦୁଇଟି ମ୍ୟାଚ ବର୍ଷା ଦ୍ୱାରା ଧୋଇଯାଏ, ତେବେ ଭାରତକୁ ମାତ୍ର ୬ ପଏଣ୍ଟରେ ସନ୍ତୁଷ୍ଟ ରହିବାକୁ ପଡିବ। ଏଭଳି ପରିସ୍ଥିତିରେ ମଧ୍ୟ ପାକିସ୍ତାନ, ବାଂଲାଦେଶ କିମ୍ବା ଜିମ୍ବାୱେ ଦଳ ଦକ୍ଷିଣ ଆଫ୍ରିକା ସହିତ ସେମିଫାଇନାଲରେ ପ୍ରବେଶ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri