ରାସ୍ତା ସମସ୍ୟା: ଖଟିଆରେ ୭ କି.ମି. ବୁହାହେଲେ ରୋଗୀ

ଥୁଆମୂଳ ରାମପୁର,୯ା୫ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ବ୍ଲକ କଳାହାଣ୍ଡି ଜିଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ଏଠାରେ ଅଧିକାଂଶ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଅନେକ ସମୟରେ ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟିଆରେ ବୁହାଯାଉଛି। ଏଭଳି ଘଟଣା ଏବେ ନିତିଦିନିଆ ପାଲଟିଛି। ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ କାଞ୍ଜିଗୁଡ଼ା ଗ୍ରାମରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ସମସ୍ୟା ଯୋଗୁ ଗ୍ରାମର ଡିକାହା ମାଝୀଙ୍କ ପୁଅ ମହେଶ ମାଝୀ (୧୮)ଙ୍କୁ ଚିକିତ୍ସା ପାଇଁ ୭କି.ମି. ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। ସୂଚନା ଅନୁସାରେ କନ୍ଦାଗୁଡା ଗାଁରେ ବଡ ବୋଲେନ ପର୍ବ ହେଉଥିବା ବେଳେ ମହେଶ ନିଜ ପରିବାର ପ୍ରତିପୋଷଣ ପାଇଁ ଏକ ଛୋଟ ଦୋକାନ ନେଇ ସେଠାକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆବୁଡାଖାବଡା ରାସ୍ତାରେ ଗାଡି ଆସିପାରି ନ ଥିଲା। ଶେଷରେ ତାଙ୍କୁ ଖଟିଆରେ କନ୍ଦାଗୁଡାଠାରୁ ସମାପଲା ପର୍ଯ୍ୟନ୍ତ ପ୍ରାୟ ୭ କି.ମି. ନିଆଯାଇଥିଲା। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

‘ମୋତେ ଲାଜ ଲାଗୁଛି’, ଏମିତି କାହିଁକି କହିଲେ ନୀତିନ ଗଡକରୀ, ଯାହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍‌ଲୀ,୧୦।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୁମ୍ୱାଇ-ଗୋଆ ହାଇୱେ ପ୍ରକଳ୍ପରେ ହୋଇଥିବା ବିଳମ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଆର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଘୋଷଣା କଲା BCCI, ଅକ୍ଟୋବର ୬ରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଛି ବଡ଼ ଖବର। ଆହତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରେ…

ରଡ଼ିଆ-କଂସାର ଗୋବରୀ ନଦୀବନ୍ଧରେ ୩୦୦ ଫୁଟର ଫାଟ, କାଳ ସାଜିଛି ଚିଙ୍ଗୁଡ଼ି ଘେରି

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରଡ଼ିଆ-କଂସାର-ବଡ଼ଦାଣ୍ଡୁଆ ଗୋବରୀ ନଦୀ ପାର୍ଶ୍ୱ ଲୁଣା ଘେରି ବନ୍ଧ ସପ୍ତାହ ପୂର୍ବେ ଭୁଶୁଡ଼ି ପଡ଼ିବା…

ସୁଟ୍‌କେସ୍‌ରେ ଗଞ୍ଜେଇ ଧରି ବାହାର ରାଜ୍ୟକୁ ଯାଉଥିଲେ ସୁନୀତା: ମାଡ଼ିବସିଲା ପୋଲିସ

ଡୁଙ୍ଗୁରିପାଲି, ୧୦।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଜଣେ ମହିଳାଙ୍କଠାରୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ କୋର୍ଟ ଚାଲାଣ…

ମା’ଙ୍କୁ ଭରଣପୋଷଣ ଦେଉନାହାନ୍ତି ଭାଗ୍ୟବାନ: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ଭାଗ୍ୟବାନ ଗୌଡ଼ (୪୨)ଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଫେମିଲି କୋର୍ଟକୁ…

ଆପୋଷ ମିଳାମିଶାରେ ମାମଲା ସମାଧାନ ପାଇଁ ମାଜିଷ୍ଟ୍ରେଟଙ୍କ ଗୁରୁତ୍ୱାରୋପ: ବିବାଦ ସମାଧାନରେ…

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବିଭିନ୍ନ ବିବାଦର ସମାଧାନରେ ମଧ୍ୟସ୍ଥିଙ୍କ ଭୂମିକା…

ଶୁକ୍ରବାର ରାତିରେ ରାଶି ପରିବର୍ତ୍ତନ କରିବେ ଚନ୍ଦ୍ର: ବୃଷ-ସିଂହ ସହ ଏହି ରାଶିଙ୍କୁ ଫାଇଦା ହିଁ ଫାଇଦା, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬ ରାତି ୭ଟା ୮ ମିନିଟ୍‌ରେ ଚନ୍ଦ୍ର ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri