୨୨ କୋଟିର ରାସ୍ତାରୁ ପିଚୁ ଉଠିଗଲା

କେନ୍ଦ୍ରାପଡ଼ା,୭ା୮(ଜଗନ୍ନାଥ ଧଳ): ସରକାର ରାସ୍ତାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଆର୍ଥତ୍କ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଯୋଗୁ ବିକାଶରେ ବାଧକ ସାଜିଛି। ଫଳରେ ନିମ୍ନମାନର ରାସ୍ତା ନିର୍ମାଣ କାମ ଯୋଗୁ ଯୋଜନାର ସୁଫଳ ଲୋକ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ଦେଖିବାକୁ ମିଳିଛି, ୨୨କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାସ୍ତା କ୍ଷେତ୍ରରେ। ୪ ମାସ ତଳେ ନିର୍ମାଣ କାମ ସରିଥିବା ଏହି ରାସ୍ତାରେ ଏବେ ପିଚୁ ଉଠି ଯାତାୟାତରେ ବାଧା ଉପୁଜୁଛି। ଏ ନେଇ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ପରେ ତରବରିଆ ଭାବେ ଠିକାଦାର ପ୍ୟାଚ କାମ କରିବାକୁ ମସୁଧା ଚଳାଇଛନ୍ତି। କେତେକ ଜାଗାରେ ପ୍ୟାଚ କାମ ଚାଲିଥିବା ଦେଖିବାକୁ ମିଳିଛ। ଏ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସାମାଜିକ କର୍ମୀ ସର୍ବେଶ୍ୱର ସେଠୀ କହିଛନ୍ତି, କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜୀବନରେଖା କୁହାଯାଉଥିବା ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ପୁରାତନ ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗାଡ଼ିମୋଟର ଚଳାଚଳ ୨୦୧୮ରୁ ବନ୍ଦ ରହିଥିଲା। ଏ ନେଇ ଏହି ରାସ୍ତା ନିର୍ମାଣ, ଗାଡ଼ିମୋଟର ଚଳାଚଳ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଓ ଦାବି ହୋଇ ଆସୁଥିଲା। ରାଜ୍ୟ ସରକାର ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ୨୦୨୧ରେ ୨୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତି ପରେ ରାସ୍ତା ନିର୍ମାଣକୁ ନେଇ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଥିଲା। ରାସ୍ତା ନିର୍ମାଣ ସମୟରେ ଉପଯୁକ୍ତ ସାମଗ୍ରୀ ବ୍ୟବହାର କରାଯାଇନାହିଁ କି ଉପଯୁକ୍ତ ରୋଲିଂ ହୋଇ ନ ଥିବାରୁ ରାସ୍ତାର ବିଭିନ୍ନ ସ୍ଥାନ ପିଚୁ ଫାଟି ଏବେ ବାହାରି ଯାଉଛି। ସେତେବେଳେ ଅଭିଯୋଗ ହୋଇଥିଲେ ବି ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରି ନ ଥିଲେ। ଠିକାଦାର ତରବରିଆ ଭାବେ ନିମ୍ନମାନର କାମ କରିଥିବାରୁ ରାସ୍ତା ଏପରି ଅବସ୍ଥା ହୋଇଛି। ଉତିକଣ ସଂଗ୍ରାମ ସମିତିର ଆବାହକ ପ୍ରଶାନ୍ତ ମହାନ୍ତି କହିଛନ୍ତି, ଏହି ରାସ୍ତା କାମ ଆରମ୍ଭରୁ ନିମ୍ନମାନର ହେଉଥିବା ନେଇ ଆନ୍ଦୋଳନ କରି ଆସୁଥିବା ଉତିକଣ ସଂଗ୍ରାମ ପରିଷଦ କର୍ମକର୍ତ୍ତାଙ୍କ ସହିତ ଠିକାଦାରଙ୍କ ବେଶ୍‌ କିଛିଦିନ କସରତ ଚାଲିଥିଲା। ରାସ୍ତା ନିର୍ମାଣ ଠିକ୍‌ ଭାବେ କରାଯାଉ ନ ଥିବା ବାରମ୍ବାର ଅଭିଯୋଗ ହେବା ଫଳରେ ପୂର୍ତ୍ତ ବିଭାଗର ଉଚ୍ଚସ୍ତରୀୟ କମିଟି ଏହାର ଯାଞ୍ଚ କରିବା ସଙ୍ଗେ ସଙ୍ଗେ ଉତିକଣ ସଂଗ୍ରାମ ପରିଷଦ କର୍ମକର୍ତ୍ତାଙ୍କ ସହ ରାସ୍ତା ନିର୍ମାଣ ବିଷୟରେ ଆଲୋଚନା କରି ପ୍ଲାନ, ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ କାମ ଚାଲିଥିବା ସମୟରେ ଗାର୍ଡ ୱାଲ ଭୁଶୁଡି ପଡ଼ିବା, ରାସ୍ତାରେ ପିଚୁ ମେଶିନ ଦବି ଯିବା, ନୂତନ ରାସ୍ତାରୁ ପିଚୁ ଫାଟି ବାହାରି ପଡ଼ିବା, ଫୁଟପାଥ୍‌ ନିର୍ମାଣ କରା ନ ଯିବା ଆଦି ବିଭିନ୍ନ ଅଭିଯୋଗ ସାମ୍‌ନାକୁ ଆସିଥିଲା। ଏହି ଘଟଣାକୁ ନେଇ ଠିକାଦାର ଓ ସଂଗ୍ରାମ ପରିଷଦ କର୍ମକର୍ତ୍ତାଙ୍କ ମଧ୍ୟରେ ବାରମ୍ବାର ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ୪ ମାସ ହେବ ଠିକାଦାର ରାସ୍ତା କାମ ସାରି ଚାଲି ଯାଇଥିବାବେଳେ ଏବେ କିନ୍ତୁ ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଯିବା, ପିଚୁ ଫାଟିବା, ଗୋଡ଼ି ବାହାରି ପଡ଼ିବା, ମରାମତି କରାଯାଇଥିବା ସ୍ଥାନରୁ ପୁଣି ପିଚୁ ଉଠିଯିବା ଆଦି ଦେଖିବାକୁ ମିଳିଛି। ଗୋଟିଏ ପଟେ ରାସ୍ତା କାମ ଆରମ୍ଭରୁ ନିମ୍ନମାନର କାର୍ଯ୍ୟ ହେଉଥିବା ଉତିକଣ ସଂଗ୍ରାମ ପରିଷଦ ବାରମ୍ବାର ଦାବି କରି ଆସୁଥିବାବେଳେ ରାସ୍ତାରେ ବ୍ୟବହୃତ ପିଚୁ ନିମ୍ନମାନର ଯୋଗୁ ଯାନବାହନ ଚଳାଚଳ ସମୟରେ ଭାଙ୍ଗି ଯାଉଥିବା କହିଛନ୍ତି ପରିଷଦର ବରିଷ୍ଠ ସଭ୍ୟ ତୀର୍ଥ ପରିଡା, ରମାକାନ୍ତ ଦାସ, ପ୍ରଦୀପ ପଣ୍ଡା, ବୃନ୍ଦାବନ ପରିଡା, ବିଚିତ୍ର ସେନାପତି, ଗଣେଶ ସେନାପତି, ନିରଞ୍ଜନ ସେଠୀ, ଅଶୋକ ମଳିକ, ପ୍ରସାଦ ମଲିକ, ପ୍ରଶାନ୍ତ ସାହୁ ପ୍ରମୁଖ। ଏ ସମ୍ପର୍କରେ ବିଭାଗୀୟ ସହନିର୍ବାହୀ ଯନ୍ତ୍ରୀ ରାଜଶ୍ରୀ ବେହେରାଙ୍କୁ ପଚାରିବାରୁ ନଦୀବନ୍ଧ ରାସ୍ତା ନିର୍ମାଣରେ କୌଣସି ତ୍ରୁଟି ହୋଇନି। ପିଚୁ ଉଠୁଥିବା ସ୍ଥାନର ମରାମତି ହୋଇଗଲେ ଠିକ୍‌ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri