ଖାଲଖମା ଭର୍ତ୍ତି କରୁଛନ୍ତି ଲୋକେ, ପ୍ରଶାସନ ନୀରବ

ପାରଳାଖେମୁଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାସ୍ତାଘାଟ ଅବସ୍ଥା କଦର୍ଯ୍ୟ ହୋଇପଡିଥିବା ବେଳେ ଖାଲଖମା ସୃଷ୍ଟି ହେଉଛି। ହେଲେ ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ନିଘୋଡ ନିଦ୍ରାରେ ରହିଥିବାରୁ ଲୋକେ ଏହି ଖାଲଖମା ଗୁଡିକରେ ନିଜସ୍ବ ଉଦ୍ଦ୍ୟମରେ ମାଟି, ଇଟା, ସିମେଣ୍ଟ ପ୍ଲେଟ ଖଣ୍ଡ ଆଦି ପକାଇ ଭର୍ତ୍ତି କରୁଥିବାର ଦେଖିବାକୁ ମିଳୁଛି। ସହରର ସଙ୍କୁରୀ ପୋଖରୀ ତଥା ଏସାର ପେଟ୍ରୋଲ ପମ୍ପ ନିକଟରେ ଏକ ଗର୍ତ୍ତ ଗତ ପ୍ରାୟ ୩ବର୍ଷ ହେଲା ସୃଷ୍ଟି ହୋଇଥିଲା। ଏହା କାଳ କ୍ରମେ ସୁଡୁଙ୍ଗ ଆକାରର ଧାରଣ କରି ମାଟି ଧସି ମୁଖ୍ୟରାସ୍ତାକୁ ଧସେଇ ଆସୁଥିଲା। ଫଳରେ ବିଭିନ୍ନ ସମୟରେ ଏହି ଗର୍ତ୍ତରେ ପଡି ଲୋକେ ଆହତ ହେଉଥିଲେ। ସନ୍ଧ୍ୟା ସମୟରେ ରାସ୍ତାକଡ ଗର୍ତ୍ତରେ ପଡିଯାଉଥିଲେ। ଏପରିକି କିଛି ଛାତ୍ରଛାତ୍ରୀ ସନ୍ଧ୍ୟାରେ ଟ୍ୟୁସନ ଗଲାବେଳେ ସାଇକେଲ ସଙ୍ଗେ ଉକ୍ତ ଗର୍ତ୍ତରେ ଗଳିପଡି ଖଣ୍ଡିଆଖାବରା ହେଉଥିବାର ବହୁ ନଜିର ରହିଛି। ଏହି ରାସ୍ତା ଦେଇ ଜିଲା ମୁଖିଆଙ୍କଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ମୁଖିଆ, ବିଭାଗୀୟ କର୍ତ୍ତୃପକ୍ଷ, ପୌରପରିଷଦ ମୁଖିଆଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ସଭିଏ ଏହି ମୁଖ୍ୟରାସ୍ତା ଦେଇ ଯାତାୟାତ କରିଥାନ୍ତି। ହେଲେ କାହାରି ଦୃଷ୍ଟି ନିକ୍ଷେପ ନାହିଁ। ପୁରୁଣା ଫଟୋଟିଏ ଦେଖିଲେ ଏହି ଗର୍ତ୍ତଟି ଆଗକୁ ବହୁ ବିପଦକୁ ନିମନ୍ତ୍ରଣ କରିଥାନ୍ତା । ହେଲେ ସ୍ଥାନୀୟ ଅଞ୍ଚଳରେ ଥିବା ଶ୍ରୀକ୍ରିଷ୍ଣା ଟକିଜର ମାଲିକ ଉକ୍ତଗର୍ତ୍ତରେ ଦୁର୍ଘଟଣା ଘଟୁଥିବାର ଜାଣି ମାଟି ମୋରମ ପକାଇଥିବାର ଦେଖିବାକୁ ମିଳିଛି। ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିଲେ ମଧ୍ୟ ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ କଡ଼ା ସମାଲୋଚନା କରାଯାଉଛି। ସେହିପରି ପୁରୁଣା କୋର୍ଟ ଛକଠାରେ ଥିବା ଖାଲଖମାରେ ସ୍ଥାନୀୟ ଲୋକେ ଇଟା, ସିମେଣ୍ଟ ପ୍ଲେଟ ଖଣ୍ଡ ବା ଗୁଣ୍ଡ ପକାଇ ରାସ୍ତା ସମତୁଳ କରିଥିବାର ମଧ୍ୟ ଜଣାପଡିଛି । ପ୍ରକାଶ ଯେ, ପାରଳା ପୌରପରିଷଦ ଏହି ମୁଖ୍ୟ ରାସ୍ତାକୁ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରିସାରିଛି । ଗୋଟିଏ ପଟେ ପୂର୍ତ୍ତବିଭାଗ ସହରର ସମସ୍ତ ମୁଖ୍ୟରାସ୍ତା ନିଜ ଅଧିନରେ ରଖି ଚୁପ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri