ଖାଲଖମା ଭର୍ତ୍ତି କରୁଛନ୍ତି ଲୋକେ, ପ୍ରଶାସନ ନୀରବ

ପାରଳାଖେମୁଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାସ୍ତାଘାଟ ଅବସ୍ଥା କଦର୍ଯ୍ୟ ହୋଇପଡିଥିବା ବେଳେ ଖାଲଖମା ସୃଷ୍ଟି ହେଉଛି। ହେଲେ ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ନିଘୋଡ ନିଦ୍ରାରେ ରହିଥିବାରୁ ଲୋକେ ଏହି ଖାଲଖମା ଗୁଡିକରେ ନିଜସ୍ବ ଉଦ୍ଦ୍ୟମରେ ମାଟି, ଇଟା, ସିମେଣ୍ଟ ପ୍ଲେଟ ଖଣ୍ଡ ଆଦି ପକାଇ ଭର୍ତ୍ତି କରୁଥିବାର ଦେଖିବାକୁ ମିଳୁଛି। ସହରର ସଙ୍କୁରୀ ପୋଖରୀ ତଥା ଏସାର ପେଟ୍ରୋଲ ପମ୍ପ ନିକଟରେ ଏକ ଗର୍ତ୍ତ ଗତ ପ୍ରାୟ ୩ବର୍ଷ ହେଲା ସୃଷ୍ଟି ହୋଇଥିଲା। ଏହା କାଳ କ୍ରମେ ସୁଡୁଙ୍ଗ ଆକାରର ଧାରଣ କରି ମାଟି ଧସି ମୁଖ୍ୟରାସ୍ତାକୁ ଧସେଇ ଆସୁଥିଲା। ଫଳରେ ବିଭିନ୍ନ ସମୟରେ ଏହି ଗର୍ତ୍ତରେ ପଡି ଲୋକେ ଆହତ ହେଉଥିଲେ। ସନ୍ଧ୍ୟା ସମୟରେ ରାସ୍ତାକଡ ଗର୍ତ୍ତରେ ପଡିଯାଉଥିଲେ। ଏପରିକି କିଛି ଛାତ୍ରଛାତ୍ରୀ ସନ୍ଧ୍ୟାରେ ଟ୍ୟୁସନ ଗଲାବେଳେ ସାଇକେଲ ସଙ୍ଗେ ଉକ୍ତ ଗର୍ତ୍ତରେ ଗଳିପଡି ଖଣ୍ଡିଆଖାବରା ହେଉଥିବାର ବହୁ ନଜିର ରହିଛି। ଏହି ରାସ୍ତା ଦେଇ ଜିଲା ମୁଖିଆଙ୍କଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ମୁଖିଆ, ବିଭାଗୀୟ କର୍ତ୍ତୃପକ୍ଷ, ପୌରପରିଷଦ ମୁଖିଆଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ସଭିଏ ଏହି ମୁଖ୍ୟରାସ୍ତା ଦେଇ ଯାତାୟାତ କରିଥାନ୍ତି। ହେଲେ କାହାରି ଦୃଷ୍ଟି ନିକ୍ଷେପ ନାହିଁ। ପୁରୁଣା ଫଟୋଟିଏ ଦେଖିଲେ ଏହି ଗର୍ତ୍ତଟି ଆଗକୁ ବହୁ ବିପଦକୁ ନିମନ୍ତ୍ରଣ କରିଥାନ୍ତା । ହେଲେ ସ୍ଥାନୀୟ ଅଞ୍ଚଳରେ ଥିବା ଶ୍ରୀକ୍ରିଷ୍ଣା ଟକିଜର ମାଲିକ ଉକ୍ତଗର୍ତ୍ତରେ ଦୁର୍ଘଟଣା ଘଟୁଥିବାର ଜାଣି ମାଟି ମୋରମ ପକାଇଥିବାର ଦେଖିବାକୁ ମିଳିଛି। ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିଲେ ମଧ୍ୟ ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ କଡ଼ା ସମାଲୋଚନା କରାଯାଉଛି। ସେହିପରି ପୁରୁଣା କୋର୍ଟ ଛକଠାରେ ଥିବା ଖାଲଖମାରେ ସ୍ଥାନୀୟ ଲୋକେ ଇଟା, ସିମେଣ୍ଟ ପ୍ଲେଟ ଖଣ୍ଡ ବା ଗୁଣ୍ଡ ପକାଇ ରାସ୍ତା ସମତୁଳ କରିଥିବାର ମଧ୍ୟ ଜଣାପଡିଛି । ପ୍ରକାଶ ଯେ, ପାରଳା ପୌରପରିଷଦ ଏହି ମୁଖ୍ୟ ରାସ୍ତାକୁ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରିସାରିଛି । ଗୋଟିଏ ପଟେ ପୂର୍ତ୍ତବିଭାଗ ସହରର ସମସ୍ତ ମୁଖ୍ୟରାସ୍ତା ନିଜ ଅଧିନରେ ରଖି ଚୁପ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri