ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୧୦.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ରାସ୍ତା ନିର୍ମାଣ, କାର୍ଯ୍ୟ ଶେଷ ହେଲେ…

କେସିଙ୍ଗା,୪ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ମଶାଣିବନ୍ଧ-ରେଙ୍ଗାଲିଗ୍ରାମକୁ ସଂଯୋଗ କରୁଥିବା ଆର୍‌ଡିରାସ୍ତା ବର୍ତ୍ତମାନ ନିର୍ମାଣାଧୀନ ରହିଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପରତା ପ୍ରକାଶ ପାଇଛି। ଫଳରେ ଜୋଲକୋ ଗ୍ରାମର ଜାତୀୟ ରାଜପଥ ୨୬ଠାରୁ ଲଇତରା, କାଣ୍ଡେଲ, ମଶାଣିବନ୍ଧ ଓ ରେଙ୍ଗାଲି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୪.୫ କିମି ରାସ୍ତା ନିର୍ମାଣ ପାଇଁ ୧୦.୫ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ରହିଛି। କିଛି ଦିନ ପରେ ରାସ୍ତା ନିର୍ମାଣ ଶେଷ ହୋଇଗଲେ ମଶାଣିବନ୍ଧ, ରେଙ୍ଗାଲି, ରୁପ୍ରା, ଧରାମାଲ,କାଣ୍ଡେଲ, ଲଇତରା ଆଦି ଗ୍ରାମର ହଜାର ହଜାର ଲୋକଙ୍କ ଗମନାଗମନ କ୍ଷେତ୍ରରେ ସୁବିଧା ପାଇବେ। ଏହି ରାସ୍ତା ଦୀର୍ଘ ଦିନରୁ ଖାଲ ଢ଼ିପ, ହୋଇ ରହିଥିଲା। ବର୍ଷା ଋତୁରେ ଲୋକମାନେ କେସିଙ୍ଗା, ଭବାନୀପାଟଣା ସହର କିମ୍ବା ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ହସ୍ପିଟାଲ ନେବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। କାଣ୍ଡେଲ ନିକଟରେ ଜମି ବିବାଦକୁ ନେଇ ପ୍ରାୟ ୨୦୦ ଫୁଟ ରାସ୍ତା ଅର୍ଦ୍ଧ ର୍ନିମିତ ଅବସ୍ଥାରେ ଦୀର୍ଘ ଦିନ ହେଲା ପଡ଼ିରହିଛି। ସେହି ରାସ୍ତାକୁ ସମାଧାନ କରି ନିର୍ମାଣ କରିବା ପାଇଁ ଗ୍ରାମବାସୀ ଆର୍‌ଡି ବିଭାଗର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କ ନିକଟରେ ଦାବି କରିଛନ୍ତି। ଜୋଲକୋ ଗ୍ରାମଠାରୁ ରେଙ୍ଗାଲି ବଜାର ଛକ ଯାଏ ରାସ୍ତା ସମ୍ପୂର୍ଣ୍ଣ ହେଲେ ଅଞ୍ଚଳବାସୀ ଗମନାଗମନ କ୍ଷେତ୍ରରେ ବହୁ ଉପକୃତ ହେବେ। ସେଥିପାଇଁ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଖାତିର ନ କରି ଜେସିବି, ଟ୍ରାକ୍ଟର ଦାରା ରାସ୍ତା କାମ ଜୋରସୋରରେ ନିର୍ମାଣାଧୀନ ରହିଛି। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଖିଶ୍ୟାମ ନାଏକଙ୍କୁ ପଚାରିବାରୁ କେତେକ ରାସ୍ତାରେ ଜମି ବିବାଦକୁ ନେଇ ରାସ୍ତା କାମ ଅଟକି ରହିଥିଲା। ଏଣୁ ଏଣିକି ରାସ୍ତା କାମରେ ବ୍ୟାହତ ହେବ ନାହିଁ, ଯୁଦ୍ଧ କାଳୀନଭିତ୍ତିରେ ୧୮ ଫୁଟ ଓସାର ବିଶିଷ୍ଟ ରାସ୍ତା କାମ ଶେଷ ହେବ। ଅଞ୍ଚଳବାସୀ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri