ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି। ରାସ୍ତାର ଦୂରାବସ୍ଥା ଯୋଗୁ ଗୁରୁବାର ସକାଳ ୫,୩୦ ମିନିଟରେ ସୂଚନା ପାଇ ଗାଁର ଗର୍ଭବତୀ ମଣି ଖିଲ (୨୭)ଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସ ଗାଁଠାରୁ ୩ କିମି ଦୂରରେ ଅଟକି ଯାଇଥିଲା। ୧୦୮ କର୍ମଚାରୀ ଚାଳକ ଗୋପାଳ କୃଷ୍ଣ ନାୟକ, ଫାର୍ମାସିଷ୍ଟ ରାହୁଲ ପାଙ୍ଗି, ସହାୟକ ଦୀପକ ପାତ୍ର ଗାଁକୁ ଚାଲି ଚାଲି ଯାଇଥିଲେ। ସେଠାରୁ ପରିବାର ଲୋକ ସ୍ବାମୀ ଗଙ୍ଗାଧର ଦୋରା ଓ ଆଶାକର୍ମୀ ଇଚ୍ଛା ଖରାଙ୍କ ସହାୟତାରେ ଷ୍ଟ୍ରେଚରରେ ଗର୍ଭବତୀଙ୍କୁ ଶୁଆଇ ୩ କିମି ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ସୁରକ୍ଷିତ ଭାବେ ଗର୍ଭବତୀଙ୍କୁ ଆଣି ନନ୍ଦପୁର ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ର ପହଞ୍ଚାଇ ଥିଲେ। ୧୦୮ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ବର୍ଷା ଦିନରେ ନନ୍ଦପୁର ବ୍ଲକର ୧୦୦ରୁ ଉଦ୍ଧ୍ୱର୍ର୍ ଗାଁ ରାସ୍ତାର ଦୂରାବସ୍ଥା ଯୋଗୁ ରୋଗୀବୁହା ଯାନ ଅପହଞ୍ଚ ହୋଇଛି। ବ୍ଲକ ଓ ଜିଲା ପ୍ରଶାସନ ଏଭଳି ଗ୍ରାମ ଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ରାସ୍ତା ଗୁଡ଼ିକର ମରାମତି କରି ଅତିକମରେ ଗାଡ଼ିମୋଟର ଯାତାୟାତ ଯୋଗ୍ୟ କରିବାକୁ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share