ରାସ୍ତା ଅବସ୍ଥା ଶୋଚନୀୟ, ତୁରନ୍ତ ମରାମତି ପାଇଁ ଦାବି

ମାଲକାନଗିରି,୨୬।୧୦(ଡି.ଏନ.ଏ.):  ସରକାରୀ ସ୍ତରରେ ପଛୁଆ ଅଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ବହୁ ଅର୍ଥ ମଧ୍ୟ ବ୍ୟୟ କରାଯାଉଛି। ମାତ୍ର ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁ ଜିଲ୍ଲା ସଦରରେ ଲୋକଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡୁଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ପୌର ପରିଷଦ ଅଞ୍ଚଳର ୧୯ ନମ୍ବର ୱାର୍ଡରେ। ଏହି ୱାର୍ଡରେ ଥିବା ଏମଭି-୪୨ ଓ ଏମ୍‌ଭି-୪୩ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିର୍ମାଣ ହେବାର ଦୀର୍ଘଦିନ ବିତିଗଲାଣି। ଏବେ ଏହା ଖରାପ ହୋଇଗଲାଣି। ଏହାକୁ ମରାମତି କରାଯାଉ ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଜିଲା ସଦର ମହକୁମା କଲେଜ ଛକଠାରୁ ଏମ୍‌ଭି-୪୩ ଗ୍ରାମକୁ ଯାଇଥିବା ୫ କି.ମି. ପିଚୁ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ଏହି ରାସ୍ତା ଉପରେ ଅନେକ ଗ୍ରାମର ଶତାଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି। ପ୍ରତିଦିନ ଏହି ରାସ୍ତାରେ ଛାତ୍ରୀଛାତ୍ରୀଠାରୁ ଆରମ୍ଭ କରି ଜନସାଧାରଣ ଗାଡିମୋଟରରେ ଯାତାୟାତ କରନ୍ତି। ରାସ୍ତାରେ ସବୁବେଳେ ପାଣି ଜମି ରହି ବର୍ଷାରେ ରାସ୍ତା ପାର୍ଶ୍ୱ ଘରେ ମଇଳା ପାଣି ପଶିଯାଉଥିବା ଗ୍ରମମାସୀ ଅଭିଯୋଗ କରିଛନ୍ତି। ଜିଲା ସାଦର ମହକୁମା ରାସ୍ତା ଅବସ୍ଥା ଯଦି ଏପରି ତେବେ ଦୁର୍ଗମ ଅଞ୍ଚଳରେ ପ୍ରଶାସନ କିପରି ରାସ୍ତା କରୁଥିବ ତାହା ସହଜରେ ଅନୁମେୟ ବୋଲି ସାଧାରଣରେ ଆଲୋଚନା ହେଉଛଇ। ତୁରନ୍ତ ଏହାକୁ ମରାମତି କରା ନ ଗଲେ ଆଗାମୀ ଦିନରେ ପୌର କର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଗ୍ରାମ ପଲ୍ଲୀମଙ୍ଗଳ କମିଟି ସଭାପତି ଅଶୋକ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ବହିଷ୍କୃତ

ଜଗତ୍‌ସିଂହପୁର ଅଫିସ, ୯।୧୦: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ସିଆର୍‌ପିଏଫ୍‌ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ)ରେ କନ୍‌ଷ୍ଟେବଲ ଭାବେ ନିଯୁକ୍ତିି ପାଇଥିବା ଜଗତ୍‌ସିଂହପୁର ଜିଲାର ଜଣେ...

ପୂଜ୍ୟପୂଜା ସଂସଦ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ସଜନାଗଡ,୧୯ା୪(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଶନିବାର ପୂଜ୍ୟପୂଜା ସଂସଦ ଓ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ...

କାମରେ ଆସୁନି ସ୍ଲୁଇସ୍‌ ଗେଟ୍‌

ପଦ୍ମପୁର,୧୦।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ଏବେ ଚାଷୀମାନଙ୍କ କାମରେ ଆସୁନି। ୩୦ ବର୍ଷ ତଳେ...

ଝାରସୁଗୁଡ଼ା ଜିଲାରେ ୫ରୁ ଧାନ କିଣା

ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲାରେ ଧାନ କିଣା ସକାଶେ ଚଳିତ ଖରିଫ ଋତୁର ପ୍ରଥମ ଜିଲାସ୍ତରୀୟ ଧାନ କିଣା (ଡିଏଲ୍‌ପିସି) ବୈଠକ ଜିଲାପାଳ ସରୋଜ କୁମାର...

କଲରା ଚାଷରେ ଭୁରୁଙ୍ଗା ରୋଗ

ଧର୍ମଶାଳା,୧୦ା୬(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଞ୍ଚଳ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଜଳବାୟୁ ପରିବର୍ତ୍ତନ। ଅନେକ ସମୟରେ ଲଗାଣ ବର୍ଷା ଓ ବନ୍ୟାରେ ଧାନ ଚାଷରେ କ୍ଷତି...

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ଗଞ୍ଜାମ ପୋଲିସ

ଛତ୍ରପୁର,୩୦ା୫(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକ୍ରମେ ଶନିବାର ଅପରାହ୍ନରେ ଛତ୍ରପୁରସ୍ଥିତ ପୋଲିସ ପଡିଆରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଚିତ୍ରକୋଣ୍ଡାରେ ପ୍ରାକ୍‌ ପ୍ରସ୍ତୁତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା,୨୦।୬: ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟଠାରେ ଶନିବାର ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରାକ୍‌ ପ୍ରସ୍ତୁତି ପ୍ରାକୃତିକ...

ଆଜିଠୁ ମାର୍କ ଅପ୍‌ଲୋଡ୍‌, ଜୁଲାଇରେ ଫଳ ପ୍ରକାଶ

କଟକ ଅଫିସ,୨୯।୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟରେ ଶନିବାରଠାରୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପାଇଁ ମାର୍କ ଅପ୍‌ଲୋଡ୍‌ କାର୍ଯ୍ୟ ଆରମ୍ଭ ହେବ। ସକାଳ ୭ଟାରୁ...

Advertisement
Archives

Model This Week