Categories: ଜାତୀୟ

କୋଭିଡ୍‌ଠାରୁ ଅଧିକ ଜୀବନ ନେଇଛି ଦୁର୍ଘଟଣା

ନୂଆଦିଲ୍ଲୀ,୧୮।୩: ଗତବର୍ଷ କୋଭିଡ୍‌ ଅପେକ୍ଷା ଆମ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ସଡ଼କ ଦୁର୍ଘଟଣାକୁ ରୋକିବାକୁ ଉଦ୍ୟମ କରୁଥିବା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଟକରୀ। ଲୋକ ସଭାରେ ପ୍ରଶ୍ନ କାଳରେ ଏକ ପ୍ରଶ୍ନର ଉତ୍ତର ଦେଇ ଗଟକରୀ କହିଛନ୍ତି, ସଡ଼କ ଦୁର୍ଘଟଣା ରୋକିବାକୁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ। ଗତ ବର୍ଷ ଦେଶରେ ଦୁର୍ଘଟଣା କାରଣରୁ ୧.୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା କୋଭିଡ୍‌ଜନିତ ମୃତ୍ୟୁଠାରୁ ଅଧିକ। ୨୦୨୦ରେ ୧.୪୬ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ମହାମାରୀ। ଆଉ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ସର୍ବାଧିକଙ୍କ ବୟସ ୧୮ରୁ ୩୫।

ନିକଟରେ ପ୍ରକାଶ ପାଇଥିବା ଓ୍ବାଲର୍‌ଡ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବିଶ୍ୱରେ ସର୍ବାଧିକ। ଦୁର୍ଘଟଣାରେ ୧.୫ ଲକ୍ଷ ଲୋକ ପ୍ରାଣ ହରାଉଥିବାବେଳେ ବର୍ଷକୁ ୪.୫ ଲକ୍ଷ ପକ୍ଷାଘାତ୍‌ର ଶୀକାର ହେଉଛନ୍ତି। ଆଉ ଏହି କାରଣରୁ ଭାରତର ଜିଡିପି ୩.୧୪ ପ୍ରତିଶତ ହାନି ହେଉଛି।

Share