ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ଦୁତିକାଦେଇପୁର ଗ୍ରାମ ନିକଟରେ । ତେଲଦିହୁଡି ଗ୍ରାମର ବିକାଶ ଦଳେଇ ସୋମବାର ବିଳମ୍ବିତ ରାତିରେ ବେପରୁଆ ଭାବେ ନିଜ ବାଇକ ଦୃତଗତିରେ ଚଲାଇ ଦୁତିକାଦେଇପୁର ଗ୍ରାମରୁ ଖଲାଡି ଅଭିମୁଖେ ଯାଉଥିଲେ। ହେଲେ ଏକ ମୋଡ ନେବା ସମୟରେ ଭାରସାମ୍ୟ ହରାଇ ଗାଡି ସହିତ ରାସ୍ତାରୁ ତଳକୁ ପ୍ରାୟ ୫୦ ମିଟର ଉଡି ଯାଇ ଏକ ଗଛରେ ବାଡେଇ ହୋଇଥିଲେ। ଗଛ ଭାଙ୍ଗିବା ସହିତ ସେହିଠାରେ ତାଙ୍କର ଗାଡି ଭାଙ୍ଗିଥିଲା ଏବଂ ତାଙ୍କର ଏକ ଗୋଡ଼ ମଧ୍ୟ କଟି ଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ସକାଳୁ ପଥଚାରି ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।