ବାରିପଦା,୨୮ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା-ଲୁଲୁଙ୍ଗ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବାଙ୍ଗରିପୋଷି ଥାନା ଅଧିନ ଭବାଡିହା ଗ୍ରାମର ନବୀନ ନାଏକଙ୍କ ପୁଅ ରାକେଶ (୧୩) ଓ ଦିବାକର ନାଏକର ପୁଅ ଶୁଭମ (୧୭)। ଏ ସଂକ୍ରାନ୍ତରେ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାଯୋଗ୍ୟ, ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ବୁଲିବା ପାଇଁ ଦୁଇ ନାବାଳକ ଗୁରୁବାର ପୂର୍ବାହ୍ନରେ ଏକ ବାଇକରେ ଯାଇଥିଲେ । ଭାରସାମ୍ୟ ହୋଇ ଏକ ଗଛରେ ବାଡେଇ ହେବାରୁ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଖବରଦେବାରୁ ଆମ୍ବୁଲନ୍ସ ଯୋଗେ ସଙ୍ଗେ ସଙ୍ଗେ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଂଚଳଟି ଶୋକାକୂଳ ପରିବେଶ ହୋଇଥିଲା ।


