ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଅପରାହ୍ନ ପ୍ରାୟ ୪ ଟାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ବାରିତଳା ଗ୍ରାମର ଶ୍ରୀଧର ମହାନ୍ତି(୨୯)।
ଶ୍ରୀଧର ବାଇକ (ନଂ. ଓଡ଼ି୦୭ ବିଡି- ୨୬୫୬) ଯୋଗେ ଗାଁରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଏକ ପିକଅପ୍ ଭ୍ୟାନକୁ ଓଭର ଟେକ୍ କରିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡର ଗାର୍ଡୱାଲକୁ ଧକ୍କା ଦେଇ କଚାଡି ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ଖବର ପାଇ ପରିବାର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଦିଗପହଣ୍ଡି ଥାନାକୁ ସୂଚନା ଦେଇଥିଲେ । ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

