ସଡ଼କ ଦୁର୍ଘଟଣା: ପ୍ରାଣ ହରାଇଲେ ପ୍ରଧାନଶିକ୍ଷକ, ସ୍ତ୍ରୀ ଗୁରୁତର

ବାଲିଗୁଡ଼ା,୬ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫ୍‌ସିଆଇ ଗୋଦାମ ନିକଟରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏକ ଘରୋଇ ଚିକିତ୍ସା ପାଇଁ ବିଶାଖାପାଟଣାରୁ ବାଲିଗୁଡ଼ାକୁ ଏକ କାର୍‌ରେ ଫେରୁଥିବା ବେଳେ ରବିବାର ସକାଳେ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫ୍‌ସିଆଇ ଗୋଦାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ସନ୍ତୋଷ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କୁ ସଙ୍ଗେ ସଙ୍ଗେ ବାଲିଗୁଡ଼ା ମେଡିକାଲକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କରାଯାଇ ସନ୍ତୋଷ ଆଖି ବୁଜିଛନ୍ତି। ମଞ୍ଜୁଲତା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।