ଦିଅରଙ୍କ ସହ ବାଇକ୍‌ରେ ଯାଉଥିଲେ ମହିଳା, ଧକ୍କା ଦେଲା ହାଇଓ୍ବା: ଜଣେ ମୃତ

ଆଠଗଡ,୧୯।୨(ସତ୍ୟପ୍ରସାଦ ରଥ): ତିଗିରିଆ ଥାନା ପାଞ୍ଚଗାଁ ଛକରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକହାଇୱା ଧକ୍କାରେ ମହିଳା ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ନୂଆ ମଙ୍ଗରାଜପୁର ଗ୍ରାମର ଉର୍ମିଳା ସାହୁ।
ସେ ତାଙ୍କ ଦିଅରଙ୍କ ସହିତ ବାଇକ ଯୋଗେ କଟକ ଯାଉଥିବାବେଳେ ପାଞ୍ଚଗାଁ ଛକରେ ହୋଇଥିଲା ଦୁର୍ଘଟଣା। ଦୁର୍ଘଟଣା ଉର୍ମିଳା ସାହୁଙ୍କ ମୃତ୍ୟୁ ହୋଇଥିଲା ବେଳେ ଦିଅର କାହ୍ନୁଚରଣ ସାହୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ
ତିଗିରିଆ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଡ଼ାକ୍ତରଖାନାକୁ ପଠେଇବା ସହ ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଜବତ କରି ଡ୍ରାଇଭରଙ୍କୁ ତିଗିରିଆ ପୋଲିସ ଅଟକ ରଖିଛି।