ସ୍କୁଟି ଉପରେ ଚଢ଼ିଗଲା ଟ୍ରକ୍‌, ବର୍ତ୍ତିଲେ ଆରୋହୀ

ବରଗଡ଼ ଅଫିସ୍‌,୨୬।୫: ବରଗଡ଼-ସୋହେଲା ରାସ୍ତାର ପଥର୍ଲା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଟି(ଓଡ଼ି୧୭ଜି ୭୬୨୧)ରେ ଜଣେ ଯୁବକ ସେଠାରେ ରାସ୍ତା ଅତିକ୍ରମ କରୁଥିବାବେଳେ ଅନ୍ୟଏକ ଟ୍ରକ(ନଂ- ଡବ୍ଲୁଏଚ୍‌ ୨୬ବିଇ ୯୩୮୭) ସ୍କୁଟି ଉପରେ ଚଢ଼ି ଯାଇଥିଲା। ଫଳରେ ସ୍କୁଟିଟି ଚୂରମାର୍‌ ହୋଇଯାଇ ଥିବାବେଳେ ସ୍କୁଟି ଆରେହୀ ଜଣକ ଟ୍ରକ ପଛଚକ ନିକଟରେ ଚାପି ହୋଇ ରହି ଯାଇଥିଲେ। ଟ୍ରକ ପଛଚକରେ ଗୋଡ଼ ଚାପି ରହିଥିବା ଯୋଗୁ ଯୁବକ ଜଣକ ବାହାରି ପାରି ନଥିଲେ । ପରେ ଜେକ୍‌ ଲଗାଇ ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର ବରଗଡ଼ ଡାକ୍ତରଖାନାକୁ ଆଣିଥିଲେ। ଅନ୍ୟପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଫଳରେ ପ୍ରାୟ ଅଧଘଣ୍ଟା ଧରି ଯାତାୟାତ ଠପ୍‌ ହୋଇଥିଲା । ଘଟଣାସ୍ଥଳକୁ ପହଞ୍ଚି ପୋଲିସ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଖବର ଲେଖାହେବା ସୁଦ୍ଧା(ରାତି ୮ଟା ପର୍ଯ୍ୟନ୍ତ) ମୃତକଙ୍କ ପରିଚୟ ମିଳି ନାହିଁ। ବରଗଡ଼ ସଦର ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଲାଇଛି ।