Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୧୦ ଆହତ

ଲକ୍ଷ୍ନୌ,୫।୫: ଲକ୍ଷ୍ନୌ କେସରଗଞ୍ଜ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଏକ ଅଟୋ ସହିତ ଡମ୍ପର ଧକ୍କା ହୋଇଛି। ଏଥିରେ ଅଟୋରେ ଥିବା ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପୋଲିସ ଜିଲା ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତିଲକ କାର୍ଯ୍ୟକ୍ରମରୁ ସମସ୍ତ ଲୋକ ନିଜ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି।

Share