ଇନୋଭା -ଟ୍ରକ ମୁହାଁମୁହିଁ ଧକ୍କା,୨ମୃତ

ଛେଣ୍ଡିପଦା ,୪।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନୁଗୋଳ- ଛେଣ୍ଡିପଦା ଯାଇଥିବା ୬୩ ନଂ ରାଜ୍ୟ ରାଜପଥର ଜିନ୍ଦଲଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଅନୁଗୋଳ ଥାନା ଜରାସିଂହା ଗ୍ରାମର ସୈାମ୍ୟ ସାହୁ ଏବଂ ଅନ୍ୟ ଜଣେ ଛେଣ୍ଡିପଦା ଥାନା ଅଂଚଳରେ ହୋଇଥିବା ଜଣା ପଡିଛି।

ସୂଚନାନୁସାରେ, ଅନୁଗୋଳରୁ ଏକ ଇନୋଭା କାର ଛେଣ୍ଡିପଦା ଆଡକୁ ଯାଉଥିବା ବେଳେ ନିଶାସ୍ଥିତ ଜିନ୍ଦଲ ପ୍ଳାଣ୍ଟ ସମ୍ମୁଖରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତେବେ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।