Categories: ଜାତୀୟ

ସେ ମୋ ଜେଜେବାପାଙ୍କୁ ଭାରତ ରତ୍ନ ଦେଇଛନ୍ତି, କେଉଁ ମୁହଁରେ ମନା କରିଦେଇଥାନ୍ତି: ଭାଜପା ସହ ମେଣ୍ଟକୁ ନେଇ କହିଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୯।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ମୋଦି ସରକାର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ତାଙ୍କ ନାତି ତଥା ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜୟନ୍ତ ଚୌଧୁରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଦେବା ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି। ଏହା ପରେ ଆରଏଲଡି ମୁଖ୍ୟ ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ଘୋଷଣା କରିଛନ୍ତି।

ଯେତେବେଳେ ଜୟନ୍ତ ଚୌଧୁରୀଙ୍କୁ ପଚରାଯାଇଥିଲା ଯେ ସେ ଭାଜପା ସହ ମେଣ୍ଟ କରିବେ କି? ଏହା ଉପରେ ସେ କହିଛନ୍ତି, ମୁଁ କେଉଁ ମୁହଁରେ ମନା କରିବି। ସେ କହିଛନ୍ତି, ଏହା ମୋ ପାଇଁ ଏକ ଭାବପ୍ରବଣ ଏବଂ ସ୍ମରଣୀୟ ମୁହୂତ୍ତ। ମୁଁ ଭାରତର ରାଷ୍ଟ୍ରପତି ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିଷ୍ପତ୍ତି ସହିତ ଦେଶର ଭାବନା ସଂଲଗ୍ନ ହୋଇଛି । ଏହା ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଭାବନାକୁ ଭଲଭାବେ ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅଜିତ ସିଂ ଜୀଙ୍କର ସ୍ବପ୍ନକୁ ସାକାର କରିଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦି ଏପରି ନିଷ୍ପତ୍ତି ନେଇଛନ୍ତି ଯାହା ପୂର୍ବ ସରକାର ଆଜି ପର୍ଯ୍ୟନ୍ତ ନେଇପାରିନଥିଲେ। ଆଜିର ନିଷ୍ପତ୍ତି ପିଢି ପରେ ପିଢି ସ୍ମରଣୀୟ ହୋଇ ରହିବ।

 

Share