Categories: ଜାତୀୟ

ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ବାୟୁସେନା: ଭଦୌରିଆ

ନୂଆଦିଲ୍ଲୀ,୫ ।୧୦: ଲଦ୍ଦାଖ ସୀମାରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ସୋମବାର ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ କହିଛନ୍ତି ଭାରତ ଦୁଇ ପଟରୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଭାରତୀୟ ବାୟୁସେନା ଉଭୟ ପାକିସ୍ତାନ ଓ ଚାଇନା ସହ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି । ସେ କହିଛନ୍ତି ଆମ ପଡୋଶୀ ଓ ଆଖାପାଖ ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାରୁ ଜଣାପଡିଛି ଯେ ଆମକୁ ଏକ ମଜଭୁତ କ୍ଷମତାର ଆବଶ୍ୟକତା ରହିଛି । ଆଉ ବିଶ୍ୱାସର ସହ ମୁଁ କହୁଛି ଯେ ସେହି କ୍ଷମତା ଆମ ନିକଟରେ ରହିଛି । ଆମେରିକାରୁ ଆସିଥିବା ରାଫାଲ ସହ ଚିନୁକ, ଆପାଚେ ଏବେ ଆମ ହାତରେ ରହିଛି । ଆସନ୍ତ ୩ ବର୍ଷରେ ଆମେ ରାଫାଲ ଓ ଏଲ୍‌ସିଏ ମାର୍କ ୧ ସ୍ୱାର୍ଡନକୁ ସମ୍ପୂର୍ଣ୍ଣ ଶକ୍ତି ସହ ପରିଚାଳନା କରିବୁ । ଏହାସହ ଅତିରିକ୍ତ ମିଗ୍‌-୨୯ର ଅର୍ଡର ମଧ୍ୟ ଦିଆଯିବ ଯାହା ବର୍ତ୍ତମାନ ସାମିଲ କରାଯିବ । ବାୟୁସେନା ମୁଖ୍ୟ କହିଛନ୍ତି ଆମେ ଲାଇଟ୍ ଏୟାରକ୍‌୍ରାପ୍ଟ ଉପରେ ଭରସା ରଖିଛୁ ଓ ଆସନ୍ତା ୫ ବର୍ଷରେ ଆମେ ୮୩ ଏଲ୍‌ସିଏ ମାର୍କ ୧ଏକୁ ବାୟୁସେନାରେ ସାମିଲ କରିବୁ । ତେବେ ଚାଇନାର ବଦମାସି ସମ୍ପର୍କରେ ଗତ ମେ’ ମାସରୁ ଅନୁମାନ ଲଗାଯାଇଥିଲା ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ତେଣୁ ଚାଇନା ସହ ଲଢିବାକୁ ଭାରତୀୟ ସେନା ଓ ବାୟୁସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।

Share