Posted inଜାତୀୟ

ଆର୍‌ଜେଡ଼ିରୁ କଟିଲା ଟିକଟ: ନେତାଙ୍କ କାନ୍ଦୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା, ୧୭।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ୧୫ ବର୍ଷ ଧରି ଆର୍‌ଜେଡ଼ିରେ ଥିବା ନେତା ସୁରେଶ ଯାଦବଙ୍କ ଟିକଟ ଚଳିତ ଥର କଟି ଯାଇଛି। ସେ ରକ୍ସୋଲ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଯୋଜନା କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ସୁରେଶଙ୍କ ଟିକଟ କଟା ଯାଇଛି। ମହାମେଣ୍ଟରେ ଆର୍‌ଜେଡ଼ି କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଯୋଗୁ ଚଳିତ ଥର ରକ୍ସୋଲ ବିଧାନସଭା ଆସନ କଂଗ୍ରେସ ଖାତାକୁ ଯାଇଛି। ଏଠାରେ କଂଗ୍ରେସ ପକ୍ଷରୁ ରାମବାବୁ ଯାଦବଙ୍କୁ ପ୍ରାର୍ଥୀ କରାଯିବାର ଯୋଜନା ରହିଛି। ଏହାକୁ ନେଇ ସୁରେଶ ଏବେ ଅସନ୍ତୁଷ୍ଟ ରହିଛନ୍ତି। ସେ ଅକ୍ଟୋବର ୧୯ରେ ଏହି ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଏପରି କହି ସୁରେଶ ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଥିଲେ। ଏବେ ଏହି ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୁରେଶଙ୍କ ଯୋଗୁ ଆରଜେଡ଼ିର କ୍ଷତି ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ୟୁରେଟିଭ ପିଟିଶନ

ନୂଆଦିଲ୍ଲୀ,୨।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ...

କୁଲଗାମ୍‌ ଏନ୍‌କାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ୨ଆତଙ୍କବାଦୀ ନିହତ

କୁଲଗାମ,୧୧।୪:ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। କୁଲଗାମର ଖୁର୍ବତପୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ପାକିସ୍ତାନୀ ସମେତ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ୨ଜଣ...

ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଜୟପୁର,୧୭।୬: କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜସ୍ଥାନର ନାଗୋରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଡିଡଓ୍ବାନାର ଉତ୍ତମ ହସ୍ପିଟାଲରେ ସଞ୍ଜୁ ଦେବୀ ନାମ୍ନୀ ଜଣେ...

କୋଭିଡ ନେଇଛି ୩୧୩ ଡାକ୍ତର, ନର୍ସ, ଆଶାକର୍ମୀଙ୍କ ଜୀବନ

ନୂଆଦିଲ୍ଲୀ,୨ ।୨: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏଥିରେ କୋଟି କୋଟି ଲୋକ ସଂକ୍ରମିତ...

ଗିରଫ ହେଲେ ଆଇଏସ୍‌ଆଇ ଏଜେଣ୍ଟ

ବାରାଣସୀ,୨୦।୧: ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ବାଡ(ଏଟିଏସ୍‌)ସେନା ଇଣ୍ଟଲିଜେନ୍ସର ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଆସନ ବାରାଣସୀରୁ ଜଣେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ସୋମବାର ଗିରଫ କରିଛି।...

ଚାଲାଣ କଟିବାରୁ ରାଗରେ ଥାନା ବିଦ୍ୟୁତ କାଟିଦେଲେ ଲାଇନ୍‌ମ୍ୟାନ୍‌

ଲକ୍ଷ୍ନୌ,୨୫।୮: ରାସ୍ତାରେ ଗାଡି ଚଳାଇବା ସମୟରେ କୌଣସି ନିୟମ ଭାଙ୍ଗିଲେ,ଟ୍ରାଫିକ ପୋଲିସ ଚାଲାଣ କାଟିବାକୁ ଆଦୌ ଭୁଲନ୍ତି ନାହିଁ। ତେବେ ଉତ୍ତରପ୍ରଦେଶର ଶାମଲି ଜିଲାରେ ଏକ...

୬ ଆଇଏସ୍‌ ଆତଙ୍କବାଦୀ ନିହତ

କରାଚୀ, ୫ା୯(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ଅନ୍ତର୍ଗତ କ୍ୱେଟ୍ଟାରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମହିଳାଙ୍କ ସମେତ ୬ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରେଶନରେ ଜଣେ...

ରାଜପଥ ହେବ ‘କର୍ତ୍ତବ୍ୟ ପଥ’

ନୂଆଦିଲ୍ଲୀ,୬ା୯: ନୂଆଦିଲ୍ଲୀର କେନ୍ଦ୍ରସ୍ଥଳରେ ଥିବା ରାଜପଥ ଏବଂ ଖୁବ୍‌ଶୀଘ୍ର ଉଦ୍‌ଘାଟିତ ହେବାକୁ ଯାଉଥିବା ସେଣ୍ଟ୍ରାଲ ଭିଷ୍ଟା ଲନ୍‌ ନୂଆ ନାଁରେ ପରିଚିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ...

Advertisement
Archives

Model This Week