Categories: ଜାତୀୟ

ମୋତେ ହତ୍ୟା କରାଯିବାକୁ ଚାଲିଥିଲା ଚେଷ୍ଟା: ତେଜସ୍ବୀ

ପାଟନା,୨୩।୩: ବିହାରରେ ବଢୁଥିବା ଅପରାଧ ଏବଂ ବେରୋଜଗାରକୁ ନେଇ ମଙ୍ଗଳବାର ପାଟନାରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେପି ଗୋଲାମ୍ବରରୁ ଏହି ବିକ୍ଷୋଭ ଆରମ୍ଭ ହୋଇଛି। ଏହାସହ ଆରଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି। ପୋଲିସ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ଜଳ ବର୍ଷା କରିଛି। ଏହି ଅବସରରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ପୋଲିସ ଜରିଆରେ ଆମକୁ ହତ୍ୟା କରାଯିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ଆମେ ଏଥିରୁ ଓହରି ଯିବୁ ନାହିଁ। ଅପରାଧ ଏବଂ ବେରୋଜଗାର ବିରୋଧରେ ସ୍ବର ଉତ୍ତୋଳନ କରି ଚାଲିଥିବୁ। ସରକାର ଲୋକଙ୍କ ପାଇଁ କିଛି କାମ କରୁନାହାନ୍ତି, ବିରୋଧୀଙ୍କ ପ୍ରଶ୍ନର କୌଣସି ଉତ୍ତର ସରକାରଙ୍କ ପାଖରେ ନାହିଁ ତେଣୁ ଆମେ ବିଧାନସଭା ଘେରାଉ କରିବୁ ବୋଲି ସେ କହିଛନ୍ତି।

Share