Categories: ଜାତୀୟ

ପାହାଚରୁ ଖସି ପଡିଲେ ଲାଲୁ ଯାଦବ

ପାଟନା, ୩।୭: ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ପାହାଚରୁ ଓହ୍ଲାଉଥିବା ବେଳେ ହଠାତ୍‌ ତାଙ୍କ ଗୋଡ ଖସିଯିବାରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଛନ୍ତି। ତାଙ୍କ ଡାହାଣ କାନ୍ଧ ଫ୍ରାକ୍ଚର ହୋଇଯାଇଛି। ତାଙ୍କୁ ଡାକ୍ତର ଦୁଇ ମାସ ପାଇଁ ବିଶ୍ରାମ ନେବାକୁ କହିଛନ୍ତି।
ସୂଚନାଯୋଗ୍ୟ, ପାଟନାରେ ଥିବା ରାବ୍ରି ଦେବୀ ବାସଭବନରେ ପାହାଚ ଚଢିବାବେଳେ ଲାଲୁ ଖସିପଡିଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମ୍‌ଆର୍‌ଆଇ ସ୍କାନ ପରେ ତାଙ୍କ ଡାହାଣ କାନ୍ଧର ହାଡ ଭାଙ୍ଗି ଯିବା ସହ ଅଣ୍ଟାରେ ଆଘାତ ଲାଗିଥିବା ଜଣାପଡିଥିଲା। ପ୍ଲାଷ୍ଟର ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ ଘରକୁ ଅଣାଯାଇଛି।
ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ବେଶୀ ଆତଙ୍କିତ ଭଳି କିଛି ନାହିଁ। ତାଙ୍କ ଡାହାଣ କାନ୍ଧରେ ସାମାନ୍ୟ ଭାଙ୍ଗି ଯାଇଛି। ସେଥିପାଇଁ ତାଙ୍କୁ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ, ଲାଲୁଙ୍କ ପଡିବା ଖବର ଶୁଣି ନେତା ଓ କର୍ମୀମାନେ ଲାଲୁଙ୍କ ବାସଭବନରେ ପହଞ୍ଚିଛନ୍ତି।

Share