Categories: ଜାତୀୟ

ଟିକେଟ୍‌ ନ ମିଳିବା ପରେ କାନ୍ଦି ପକାଇଲେ ଏହି ବିଧାୟକ

ପାଟନା, ୧୨।୧୦: ବିହାର ପାଟନାର ଓରାଇ ବିଧାନସଭାର ଆର୍‌ଜେଡି ବିଧାୟକ ସୁରେନ୍ଦ୍ର କୁମାରଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଛି। ଭିଡିଓରେ କେବଳ ବିଧାୟକ ନୁହନ୍ତି ତାଙ୍କ ସମର୍ଥକମାନେ ମଧ୍ୟ କାନ୍ଦୁଛନ୍ତି। ଆଗାମୀ ବିହାର ବିଧାନସଭା ନିର୍ବାଚନ ଲାଗି ସୁରେନ୍ଦ୍ରଙ୍କୁ ଟିକେଟ୍‌ ନ ମିଳିବାରୁ ସେ କାନ୍ଦୁଥିବାର ଜଣାପଡ଼ିଛି।
ବିହାର ନିର୍ବାଚନରେ ମହାଗଠବନ୍ଧନର ସ୍ବରୂପ ବଦଳିବା ହେତୁ ବିଧାନସଭା ଆସନା ଅନ୍ୟ ଦଳର ଖାତାକୁ ଚାଲିଯାଇଛି। ଯାହା ଫଳରେ ସେଠାରେ ବର୍ତ୍ତମାନ ଆର୍‌ଜେଡି ବିଧାୟକ ଥିବା ସୁରେନ୍ଦ୍ରଙ୍କ ଟିକେଟ୍‌ କଟି ଯାଇଥିଲା। ଟିକେଟ୍‌ କଟିଯିବା ପରେ ବିଧାୟକ ସୁରେନ୍ଦ୍ର ତାଙ୍କ ବାସଭବନରେ ଏକ ବୈଠକ ଡକାଇଥିଲେ। ଯେଉଁଥିରେ ତାଙ୍କର ଅନେକ ସମର୍ଥକ ଯୋଗ ଦେଇଥିଲେ। ଏହି ସମୟରେ ସମର୍ଥକଙ୍କୁ ସମ୍ବର୍ଦ୍ଧିତ କଲାବେଳେ, ସୁରେନ୍ଦ୍ର କାନ୍ଦି ପକାଇଥିଲେ। ଏହି ସମୟରେ ତାଙ୍କର ଜଣେ ପ୍ରଶଂସକ ବିଧାୟକ କାନ୍ଦୁଥିବା ମୁହୂର୍ତ୍ତର ଭିଡିଓ ଶୁଟିଂ କରି ଏହାକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଯାହାଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

Share