Categories: ଜାତୀୟ

ବାହୁବଳୀ ବିଧାୟକଙ୍କୁ ୧୦ ବର୍ଷ ଜେଲ୍‌

ପାଟନା,୨୧।୬: ବିହାରର ମୋକମା ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ପାଟନାର ସ୍ବତନ୍ତ୍ର ଏମ୍‌ପି-ବିଧାୟକ କୋର୍ଟ ଅନନ୍ତ ସିଂଙ୍କୁ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ଗତ ଜୁନ୍‌ ୧୪ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
୨୦୨୦, ଅକ୍ଟୋବର ୧୫ରେ ବିଧାୟକ ଅନନ୍ତ ସିଂ ଏବଂ କେୟାର୍‌ ଟେକର୍‌ ସୁନୀଲ ରାମଙ୍କ ବିରୋଧରେ ଏମ୍‌ପି-ବିଧାୟକ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା।
ସୂଚନାଯୋଗ୍ୟ, ପାଟନା ପୋଲିସର ଏକ ଟିମ୍‌ ଅଗଷ୍ଟ ୧୬,୨୦୧୯ରେ ଲଡୱାନ ଗାଁରେ ଥିବା ମୋକାମା ବିଧାୟକ ଅନନ୍ତ କୁମାର ସିଂଙ୍କ ପୈତୃକ ଘରେ ଚଢାଉ କରିଥିଲା। ଏହି ଚଢାଉରେ ପୋଲିସ ମୋକାମା ବିଧାୟକଙ୍କ ଘରୁ ନିଷିଦ୍ଧ ଅସ୍ତ୍ର ଏକେ-୪୭ ଏବଂ ଦୁଇଟି ଗ୍ରେନେଡ ଜବତ କରିଥିଲା। ଏହି ମାମଲାରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।

Share