Categories: ଜାତୀୟ

ନୀତୀଶଙ୍କ ଶପଥ ଗ୍ରହଣ ସମାରୋହଠାରୁ ଦୂରେଇ ରହିବେ ତେଜସ୍ୱୀ!

ପାଟନା,୧୬ ।୧୧: ବିହାରରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଏନ୍‌ଡିଏ ନୀତୀଶ କୁମାରଙ୍କୁ ନିଜର ପ୍ରତିନିଧି ମାନି ନେଇଥିବା ବେଳେ ସେ ସପ୍ତମଥର ଲାଗି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କୁହାଯାଉଛି କି ନୀତୀଶଙ୍କ ସହ ୧୫ ମନ୍ତ୍ରୀ ସୋମବାର ଶପଥ ଗ୍ରହଣ କରିପାରନ୍ତି । ରାଜଭବନ ପରିସରରେ ଅବରାହ୍ନ ୪ଟାରେ ନୀତୀଶଙ୍କ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ଶୁଣିବାକୁ ମିଳିଛି କି ନୀତୀଶଙ୍କ ଶପଥ ଗ୍ରହଣ ସମାରୋହଠାରୁ ଦୂରେଇ ରହିବେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ନେତା ତଥା ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ନେତା ତେଜସ୍ୱୀ ଯାଦବ । ତେବେ ସେ କ’ଣ ପାଇଁ ଦୂରେଇ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ । ହେଲେ ପୁର୍ବରୁ ତେଜସ୍ୱୀ ଭୋଟ ଗଣତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଭୁଲ ଗଣନା ଯୋଗୁ ଏନ୍‌ଡିଏ ଆଜି ବିହାରରେ ସରକାର ଗଠନ କରିବାକୁ ଯାଉଛି । କିନ୍ତୁ ଜନତାଙ୍କ ସମର୍ଥନ ମହାମେଣ୍ଟ ପ୍ରତି ରହିଛି ।

Share