Categories: ଜାତୀୟ

ମୋ ପିତାଙ୍କୁ ବନ୍ଦୀ କରି ରଖାଯାଇଛି, ପାଟନା ଆସିବାକୁ ଦିଆଯାଉ ନାହିଁ: ତେଜ ପ୍ରତାପ

ପାଟନା,୩ ।୧୦: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଏକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀରେ ବନ୍ଦୀ କରି ରଖାଯାଇଛି ପାଟନା ଆସିବାକୁ ଦିଆଯାଉ ନାହିଁ । ସେ ଏଥିପାଇଁ ସିଧାସଳଖ କାହା ନାଁ ନ କହି କହିଛନ୍ତି ଏଥିରେ ୪-୫ଜଣ ବ୍ୟକ୍ତି ସାମିଲ ଅଛନ୍ତି ଯେଉଁମାନେ ଆର୍‌ଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସ୍ୱପ୍ନ ଦେଖୁଛନ୍ତି । ସେ କହିଛନ୍ତି ମୋର ପିତା ବର୍ଷ ବର୍ଷ ଧରି ଜେଲରୁ ଆସି ଦିଲ୍ଲୀରେ ରହିଥିଲେ ବି ତାଙ୍କୁ ପାଟନା ଆସିବାକୁ ସୁଯୋଗ ଦିଆଯାଉ ନାହିଁ । ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତେଜ ପ୍ରତାପ ନିଜର ଏକ ଭିନ୍ନ ସଙ୍ଗଠନ ଗଢିଥିବା ବେଳେ ପରିବାର ପକ୍ଷରୁ ଏକ ପ୍ରକାର ଅଲଗା ହୋଇ ଯାଇଛନ୍ତି କହିଲେ ଚଳେ । ଯାହାକୁ ନେଇ ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ଲାଲୁଙ୍କୁ ଟାର୍ଗେଟ କରି କହିଥିଲା ଯେ ଲାଲୁ ପ୍ରସାଦ ନିଜ ଘର ସମ୍ଭାଳି ପାରୁ ନ ଥିବା ବେଳେ ରାଜ୍ୟର ଦାୟିତ୍ୱ କିଭଳି ନେବେ । ଲାଲୁ ନିଜେ ରାଜନୈତିକ ନ୍ୟାୟର ଡେଙ୍ଗୁରା ପିଟୁଥିବା ବେଳେ ନିଜ ଘରେ କିନ୍ତୁ ତାଙ୍କ ବଡ ପୁଅ ଓ ଝିଅ ମିଶା ଭାରତିଙ୍କୁ ନ୍ୟାୟ ଦେଇ ପାରି ନାହାନ୍ତି । ଏମାନଙ୍କୁ ଜବରଦସ୍ତ ପରିବାର ଓ ରାଜନୀତିରୁ ଧକ୍କା ମାରି ବାହାର କରି ଦିଆଯାଇଛି ।

Share