Categories: ଜାତୀୟ

ବିହାର ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ଝଟ୍‌କା

ପାଟନା,୧୦ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ବଡ ଝଟ୍‌କା ଲାଗିଛି । ଆର୍‌ଜେଡିର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ ଦଳରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ପତ୍ର ସେ ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ପଠାଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ସେ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଥିଲେ । ଏଥର ଇସ୍ତଫା ପତ୍ରରେ ଶ୍ରୀ ସିଂ ଲେଖିଛନ୍ତି ଜନନାୟକ କର୍ପୁୁରି ଠାକୁରଙ୍କ ପରେ ୩୨ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ପଛରେ ରହିଲି । ହେଲେ ଏବେ ଆଉ ନୁହେଁ । ଦଳ, ନେତା, କର୍ମୀ ସମସ୍ତଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇଛି ହେଲେ ଏବେ ମୋତେ କ୍ଷମା କରନ୍ତୁ ।

Share