Categories: ଜାତୀୟ

ଆୱାଦ ବିହାରୀ ଚୌଧୁରୀ ହେଲେ ବିହାର ବିଧାନସଭାର ନୂତନ ବାଚସ୍ପତି

ପାଟନା,୨୬।୮: ବିହାର ବିଧାନସଭାର ନୂତନ ବାଚସ୍ପତି ଭାବରେ ଆରଜେଡି ନେତା ଆୱାଦ ବିହାରୀ ଚୌଧୁରୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ବିଜୟ କୁମାର ସିହ୍ନାଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା।
ସୂଚନାଯୋଗ୍ୟ,ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ଛାଡି ତାଙ୍କର ପୂର୍ବତନ ସହଯୋଗୀ ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଠନ କରିଛନ୍ତି। ବିହାର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଚାଲିଛି। ଦୁଇ ଦିନ ପୂର୍ବେ ଏହି ଅଧିବେଶନରେ ମହାମେଣ୍ଟ ଏହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥିଲା।

Share