Categories: ଜାତୀୟ

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲାଲୁ

ନୂଆଦିଲ୍ଲୀ,୨୪।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଶନିବାର ରାତିରେ ଏମ୍ସର କରୋନାରି କେୟାର ୟୁନିଟ୍‌ (ସିସିୟୁ)ରେ ଭର୍ତ୍ତି କରାଯାଇଛି।

ଗୋ ଖାଦ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୭୨ ବର୍ଷୀୟ ଲାଲୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଆରଆଇଏମ୍‌ଏସ୍‌)ରେ ଚିକିତ୍ସିତ ହେଉଥିଲେ। ଗତ ଦୁଇ ଦିନ ହେଲା ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ ଲାଲୁ। ନିମୋନିଆରେ ପୀଡ଼ିତ ଥିବା ଶୁକ୍ରବାର ଜଣାପଡ଼ିଥିଲା। ଏ ଖବର ପାଇବା ପରେ ରାଞ୍ଚିରେ ପହଞ୍ଚତ୍ ଥିଲେ ଲାଲୁଙ୍କ ପତ୍ନୀ ରାବରୀ ଦେବୀ, ଝିଅ ମିସା ଭାରତୀ, ପୁଅ ତେଜ ପ୍ରତାପ ଓ ତେଜସ୍ବୀ। ଲାଲୁଙ୍କ ପରିବାର ସଦସ୍ୟଙ୍କ ଅନୁରୋଧ କ୍ରମେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ପଠାଇବାର ବ୍ୟବସ୍ଥା କରିଥିଲେ।

Share