Categories: ଜାତୀୟ

ବିହାରରେ ଜାତିଗତ ଜନଗଣନାକୁ ନେଇ ମହାଭାରତ: ସର୍ଭେକୁ ରୋକିବାକୁ ଚେଷ୍ଟା କରୁଛି କେନ୍ଦ୍ର!

ନୂଆଦିଲ୍ଲୀ,୨୯।୮: ବିହାରରେ ଜାତିଗତ ଜନଗଣନା ପ୍ରସଙ୍ଗରେ ଆରଜେଡି ଏମପି ତଥା ଦଳର ମୁଖପାତ୍ର ମନୋଜ ଝା ଙ୍କର ଏକ ବଡ ବୟାନ ଆସିଛି। ରାଷ୍ଟ୍ରିୟ ଜନତା ଦଳ ବିହାରରେ ଜାତି ସର୍ବେକ୍ଷଣକୁ ସ୍ଥଗିତ ରଖିବା ଓ ସମାଜର ଏକ ବୃହତ ଭାଗକୁ ଅଧିକାରରୁ ବଞ୍ଚିତ କରାଯାଇଛି ବୋଲି କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଛି।

ମନୋଜ ଦାବି କରିଛନ୍ତି, ଏହି ମାମଲାରେ କୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଉପସ୍ଥିତି ଦର୍ଶାଉଛି ଯେ ଜାତିଗତ ସର୍ଭେକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସିଧାସଳଖ ଜଡିତ ଅଛି।

ଏକ ଭିଡିଓ ଜାରି କରି ସେ କହିଛନ୍ତି, “ପିଏମଓଙ୍କ ନିର୍ଦ୍ଦେଶରେ ବିହାରରେ ଜାତି ସର୍ବେକ୍ଷଣକୁ ରୋକିବା ପାଇଁ ଚେଷ୍ଟା କରାଯାଉଛି। ଲୋକଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଉଛି। ଯାହା ସେମାନଙ୍କର ପ୍ରାଥମିକତା।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ସୋମବାର ଜାତିଗତ ଜନଗଣନା ପରିଚାଳନା ପ୍ରସଙ୍ଗରେ ଶୁଣାଣି କରି କହିଥିଲେ ଯେ, ଏହି ସର୍ଭେ କରିବା କେବଳ କେନ୍ଦ୍ରର ଅଧିକାର।

Share