ହୃଦ୍‌ଘାତରେ ଆଖି ବୁଜିଲେ ଆର୍‌ଜେ ରଚନା

ବାଙ୍ଗାଲୋର: ଲୋକପ୍ରିୟ କନ୍ନଡ ଆର୍‌ଜେ ରଚନା ଆଉ ନାହାନ୍ତି। ମାତ୍ର ୩୯ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସେ। ମଙ୍ଗଳବାର ଜେପି ନଗରସ୍ଥିତ ଫ୍ଲାଟ୍‌ରେ ସେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କୁ ବଞ୍ଚା ଯାଇପାରି ନ ଥିଲା। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। କମ୍‌ ବୟସରେ ଏହି ଆର୍‌ଜେଙ୍କ ମୃତ୍ୟୁକୁ ନେଇ କର୍ନାଟକରେ ଶୋକର ଛାୟା ଖେଳିଯାଇଛି। ଅନେକ ରାଜନେତା, କଳାକାର ଏବଂ ପ୍ରଶଂସକ ସୋସିଆଲ ମିଡିଆରେ ଶୋକବ୍ୟକ୍ତ କରୁଥିବା ଦେଖାଯାଉଛି।

Share